କାର୍ଯ୍ୟଭାର ଗ୍ରହଣ କଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର

ସମ୍ବର୍ଦ୍ଧନା ଜଣାଇଲା ପିଇଡବ୍ଲୁ ମିଡ଼ିଆ ଆସୋସିଏସନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷା କମଳା ପାତ୍ର ଆଜି ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁରକୁ ଯାଇ ସେଠାରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀମତୀ କମଳା ପାତ୍ର ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ଲକର ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହା ସହିତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ରଙ୍କୁ ସମିତି ସଦସ୍ୟ/ସଦସ୍ୟା ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ୍ ର ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ପ୍ରମୁଖ ତାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତକରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀମତୀ କମଳା ପାତ୍ର ଆଗାମୀ ଦିନରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ବିକାଶ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ସମୟରେ ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ ଏବଂ ଏବିଡିଓ ବିଭୁତି ଭୁଷଣ ସତପଥି ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.