ପୌର ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ 

• ନବୀନ ନିବାସରୁ ଚାଲି ଚାଲି ଆସି ଏରୋଡ୍ରମ୍ ୟୁପି ସ୍କୁଲ ବୁଥ୍ ରେ ଦେଲେ ଭୋଟ

• ଟ୍ବିଟ୍ କରି କହିଲେ, ପ୍ରତିଟି ଭୋଟ୍ ମୂଲ୍ୟବାନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପୌର ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମହାନଗର ନିଗମର ୫୩ ନଂ ୱାର୍ଡରେ ସେ ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ ୟୁପି ସ୍କୁଲରେ ହୋଇଥିବା ବୁଥ୍ ରେ ପହଞ୍ଚିଥିଲେ । ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବୁଥ୍‌ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏକ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକଟି ଭୋଟ ମୂଲ୍ୟବାନ୍ । ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଆସନ୍ତୁ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା । ଭୋଟ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ନିଜେ ଭୋଟ ଦେବା ସହ ସମସ୍ତଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରନ୍ତୁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.