କାର୍ଯ୍ୟଭାର ଗ୍ରହଣ କଲେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦ ନାଗ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ପିଇଓ ବିରଞ୍ଚି ଖର୍ସେଲଙ୍କ ଉପସ୍ଥିତିରେ ସେ ବ୍ଲକ ଅଧ୍ୟକ୍ଷା ଦାଇତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ଜନସାଧାରଣ ସମେତ କୋକସରା ବ୍ଲକ ଛାପା ଗଣମାଧ୍ୟମର ସାମ୍ବାଦିକ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହା ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା, ନବୀନ ନାଏକ, ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ସୁଶିଳ ଅଗ୍ରୱାଲ, ସୁଶାନ୍ତ ବେହେରା, ପ୍ରଣବ ବେହେରା, ରମେଶ ଶର୍ମା, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ସୋନୁ ଅଗ୍ରୱାଲ, ଅରୁଣ ଅଗ୍ରୱାଲ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଗାମୀ ଦିନରେ କୋକସରା ବ୍ଲକ ଅଞ୍ଚଳର ବିକାଶ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ନିଜ ମତ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.