ତୁଳାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ତୁଳାପଡା ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଡିଏସପି ରେଣୁକା ସୁନା ଯୋଗଦାନ କରି ଉଦ୍ଘାଟନ କରିବା ସହିତ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ କେତେ ଗୁରୁତ୍ୱପୂର୍ଣ୍ଣ ସେନେଇ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ସୁଶୀଳ ସେନାପତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତୁଳାପଡାର ନବ ନିର୍ବାଚିତ ସରପଞ୍ଚ ମଲ୍ଲିହାର ପଧାନ ଓ ନର୍ଲା ଏସଆଇ ବଂଶୀଧର ସାମଲ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଅରୁଣ କୁମାର ନାଏକ କାର୍ଯ୍ୟକ୍ରଟିକୁ ପରିଚାଳନା କରିଥିବାବେଳେ ମାଷ୍ଟର ଟ୍ରେନର ଭାବରେ ଦେବସ୍ମୀତା ପଧାନ ଓ ଗୀତାଞ୍ଜଳୀ ବୈଠାରୁ ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି । ତୁଳାପଡା ଯୁକ୍ତଦୁଇ କଲେଜର ମୋଟ୍ ୧୫୧ ଜଣ ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଉଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସେନାପତି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ ମାନଙ୍କ ମଧ୍ୟରେ ଦୀନବନ୍ଧୁ ରାଉତ, ବ୍ରହ୍ମାନନ୍ଦ ଦାସ, ବ୍ରଜବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମାର୍ଚ୍ଚ ୨୪ରେ ଉଦ୍ଘାଟିତ ହୋଇଥିବା ଏହି ଶିବିରଟି ଅପ୍ରେଲ ୨ ତାରିଖ ଯାଏଁ ଚାଲିବ ଓ ଉକ୍ତଦିନ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ସେନାପତି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ନିତ୍ୟାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.