କେଗାଁ ସିଆରପିଏଫ ୬୪ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର

ସ୍ଥାନୀୟ ବାସିନ୍ଦାଙ୍କୁ ବଣ୍ଟନ କରାଗଲା ସୋଲାର ଲାଇଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି ( ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିନ୍ଧିଭାଡ଼ି, ମହେନ୍ଦ୍ରପୁର ଓ ସାନଚେରଗାଁ ଠାରେ କେଗାଁ ସ୍ଥିତ ସିଆପିଏଫ ୬୪ ବାଟାଲିୟନ ପକ୍ଷରୁ ଜନ ସଂପର୍କ ଶିବିର ଜରିଆରେ ୮୫ ଜଣ ଲୋକଙ୍କୁ ସୋଲାର ଲାଇଟ ବଣ୍ଟନ କରାଯାଇଛି । ସିଆରପିଏଫ ୬୪ ବାଟାଲିୟନ କ୍ଷେତ୍ର ଅଧିକାରୀ ବିପ୍ଲବ ସରକାର ଉପସ୍ଥିତ ରହି ଅଞ୍ଚଳର ଲୋକଙ୍କୁ ଏହି ସୋଲାର ଲାଇଟ ବଣ୍ଟନ କରିଥିଲେ । ଉକ୍ତ ସମୟରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଯୁଗଳ କିଶୋର ମହାପାତ୍ର ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳ ଓ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଏହି ସୋଲାର ଲାଇଟ ବିଶେଷ ଫଳପ୍ରଦ ହେବ । ଉକ୍ତ କାର୍ଯ୍ୟକ୍ରମ କେଗାଁ ସିଆରପିଏଫ ୬୪ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ମିତା ଆର.ଏସ.ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ନୁଆଗାଁ ସରପଞ୍ଚ ଦୁଶ୍ମନ୍ତ କୁମାର ଭୋଇ, କେଗାଁ ସରପଞ୍ଚ ଅମୃତା ବଚ୍ଛା ଓ ସିନାପାଲି ସରପଞ୍ଚ ନୁକେଶ୍ୱର ପୁଟେଲ ଉପସ୍ଥିତ ଥିଲେ । ସିଆରପିଏଫ ଲୋକଙ୍କୁ ସୁରକ୍ଷା ସହିତ ଶିକ୍ଷା, ସ୍ୱାସ୍ଥ୍ୟ,ଖେଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ଲୋକଙ୍କୁ ସହଯୋଗର ହାତ ବଢାଇ ଆସୁଛି ବୋଲି କହିଥିଲେ ସିଆରପିଏଫ ୬୪ ବାଟାଲିୟନ କ୍ଷେତ୍ର ଅଧିକାରୀ ବିପ୍ଲବ ସରକାର । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକେ ଉତ୍ସାହର ସହିତ ଯୋଗଦାନ କରିବା ସହିତ ସିଆରପିଏଫର ଉକ୍ତ କାର୍ଯ୍ୟକ୍ରମକୁ ଭୁୟସି ପ୍ରସଂଶା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.