ରାୟଗଡା ୱାର୍ଡ ନମ୍ବର ୧୫ରେ କାଉନସିଲର ଭାବେ ଜିତିଲେ ସାମ୍ବାଦିକ ସନ୍ତୋଷ ଦଳେଇ

ଓଡ଼ିଆ ବାର୍ତ୍ତା/ ରାୟଗଡା ଶିବ ନାରାୟଣ ଗୈାଡ): ସାମ୍ବାଦିକତା ଜୀବନରୁ ରାଜନୀତିରେ ପାଦ ଥାପି ସଫଳ ହୋଇଛନ୍ତି ରାୟଗଡା ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ଦଳେଇ । ଚଳିତ ପୈାର ନିର୍ବାଚନରେ ରାୟଗଡା ପୈାର ପରିଷଦର ୱାର୍ଡ ନମ୍ବର ୧୫ରେ ବିଜୁ ଜନତା ଦଳର ଟିକଟ ପାଇ କାଉନସିଲର ଭାବେ ର୍ନିବାଚନ ଲଢିଥିଲେ । ଆଜି ପୈାର ନିର୍ବାଚନ ଭୋଟ ଗଣତିରେ ତାଙ୍କୁ ୱାର୍ଡବାସିନ୍ଦାଙ୍କ ବିପୁଳ ସମର୍ଥନ ମିଳିଥିବା ହେତୁ ୬୯୧ ଖଣ୍ଡ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଜୟ କୁମାର ଦାସରୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ୱାର୍ଡ ସଂଖ୍ୟା ୧୫ରେ ବିଜେପି ପ୍ରାର୍ଥୀ ଅଜୟଙ୍କୁ ୩୭୩ଖଣ୍ଡ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପାଉଲ ରୁବେନଙ୍କୁ ୭୮ଟି ଏବଂ କଂଗ୍ରେସ ପ୍ରାର୍ଥୀ ବି. ଶ୍ରୀନିବାସ ପଟ୍ଟନାୟକଙ୍କୁ ୧୨୬ଖଣ୍ଡ ଭୋଟ ମିଳିଥିଲା । ତେବେ ନିକଟତମ ପ୍ରତିଦ୍ୱନ୍ଦୀ ଅଜୟଙ୍କୁ ୩୧୮ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ସାମ୍ବାଦିକ ସନ୍ତୋଷ ଦଳେଇ କାଉନସିଲର ଭାବେ ବିଜୟୀ ହୋଇଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ପୂର୍ବରୁ ଯେପରି ସମାଜ ପାଇଁ ନିଜ ଦାୟିତ୍ୱ ତୁଲାଇ ଆସୁଥିଲି ବର୍ତମାନ ୧୫ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତୀ କ୍ଷେତ୍ରରେ ନବୀନ ସରକାରଙ୍କ ବିକାଶ ଧାରାକୁ ନେଇ କାର୍ଯ୍ୟ ତୁଲାଇବାକୁ ଚେଷ୍ଠା କରିବି ବୋଲି ଶ୍ରୀ ଦଳେଇ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଏବଂ ୱାର୍ଡବାସୀନ୍ଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.