ରାୟଗଡା ମ୍ୟୁନିସିପାଲିଟି ଓ ଗୁଡାରୀ ଏନଏସିରେ ବିଜେଡିର କ୍ଳିନ ସୁଇପ୍‌

ରାୟଗଡା ପୈାରାଧ୍ୟକ୍ଷ ଭାବେ ମହେଶ ଓ ଗୁଡାରୀ ଏନଏସିରେ ସରିମିତା ହେଲେ ପୈାରାଧ୍ୟକ୍ଷା

ଗୁଣପୁରରେ ଶଙ୍ଖ ଉପରେ ମାଡିଗଲା ସାଇକେଲ, ସ୍ୱାଧୀନ ପ୍ରାର୍ଥୀ ମମତା ଗୈାଡଙ୍କ ବାଜିମାତ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ଗୁଣପୁର ପୈାର ପରିଷଦକୁ ବାଦ୍ ଦେଲେ ରାୟଗଡା ମ୍ୟୁନିସିପାଲଟି ଓ ଗୁଡାରୀ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି)ରେ ବିଜୁ ଜନତା ଦଳ କ୍ଳିନ ସୁଇପ କରିଛି । ରାୟଗଡା ପୈାରାଧ୍ୟକ୍ଷ ଭାବେ ପି.ମହେଶ ପଟ୍ଟନାୟକ ଏବଂ ଗୁଡାରୀ ଏନଏସି ପୈାରାଧ୍ୟକ୍ଷା ଭାବେ ସରିମିତା ଶବର ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ କଂଗ୍ରେସ ଓ ବିଜେପି ରାୟଗଡା, ଗୁଣପୁର ଓ ଗୁଡାରୀରେ ନିଜର ଅମାନତ୍ ହରାଇଥିବା ବେଳେ ଗୁଣପୁର ପୈାର ପରିଷଦରେ କିନ୍ତୁ ଭୋଟର କିଛିଟା ପରିବର୍ତନ ଚାହିଁ ସାଇକେଲ ଚିହ୍ନ ସ୍ୱାଧୀନ ପ୍ରାର୍ଥୀନୀ ତଥା ଗୁଣପୁର ଏନଏସିର ପୂର୍ବତନ ପୈାରାଧ୍ୟକ୍ଷ ଶିବପ୍ରସାଦ ଗୈାଡଙ୍କ ପତ୍ନୀ ଶ୍ରୀମତି ମମତା ଗୈାଡଙ୍କୁ ବିପୁଳ ପରିମାଣରେ ଭୋଟରମାନେ ସମର୍ଥନ କରି ପୈାରାଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି । ଯାହାକି ଜିଲ୍ଳାରେ ଚାଂଚଲ୍ୟ ସୃଷ୍ଟି କରିଛି ।


ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ତଥା ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାସ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗଙ୍କ ଗୋଟି ଚାଳନାରେ ମଧ୍ୟ ଗୁଣପୁରରେ ଶଙ୍ଖ ଉପରେ ସାଇକେଲ ମାଡି ଯାଇ ବିଜୟୀ ହୋଇଛି । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ କମି ଯାଇଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଗୁଣପୁର ପୈାର ପରିଷଦରେ ବିଜେଡି ଧରାଶାୟୀ ହୋଇଛି ତାହା ବହୁ ଦୁଃଖର କାରଣ ଅଟେ ଏବଂ ନିଶ୍ଚିତ ଭାବେ ଏହାର ସମୀକ୍ଷା କରାଯାଇ କେଉଁ ଠାରେ ତ୍ରୁଟି ରହିଥିଲା ତାହା ବିଷୟରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରାଯାଇ ପୁଣିଥରେ ଗୁଣପୁର ସହରାଂଚଳରେ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଠା କରାଯିବ ବୋଲି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରକାଶ କରିଛନ୍ତି ।


ଅପରପକ୍ଷେ ରାୟଗଡା ପୈାରାଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ପି.ମହେଶ ପଟ୍ଟନାୟକ ୧୪,୪୪୫ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପଦ୍ମନାଭ ଦାଶ ୮୨୦୨ଗୋଟି ଏବଂ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପୈାରାଧ୍ୟକ୍ଷ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା ୭୪୮୮ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଶ୍ରୀ ଦାଶଙ୍କୁ ୬୨୪୩ଭୋଟ ବ୍ୟବଧାନରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ମହେଶ ପଟ୍ଟନାୟକ ବିଜୟୀ ହୋଇଥିଲେ । ସେହିପରି ପୈାରାଧ୍ୟକ୍ଷ ପ୍ରାର୍ଥୀ ବି.ଗଙ୍ଗାଧର ୧୬୯, ଜନ୍ମେଜୟ ସ୍ୱାଇଁ ୩୦୯, ଦୋରା କଣ୍ଡାଗରୀ ୨୨୫, ଇ.ବାବୁରାଓ ୨୦୪, ମମତା ମାଝି ୨୯୨, ରାମ ଭତ୍ରା ୧୪୧, ଶିବାଜୀ ଦାସ ୧୦୮୪, ଜି.ସତୀଶ କୁମାର ୩୮୨, ସଦାଶିବ ତ୍ରିପାଠୀ ୨୩୩ଖଣ୍ଡ ଭୋଟ ପାଇଥିବା ବେଳେ ୩୫୧ଟି ନୋଟା ଭୋଟ ଗଣତି ହୋଇଥିଲା । ଆଜି ସ୍ଥାନୀୟ ନଗରଭବନ ଠାରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଭୋଟଗଣତି କାର୍ଯ୍ୟକ୍ରମ ଚାଲୁ ରହିଥିଲା । କାଉନସିଲର ଓ ପୈାରାଧ୍ୟକ୍ଷ ପାଇଁ ୫ଟି ଲେଖାଁଏ ଟେବୁଲ୍ ବ୍ୟବସ୍ଥା କରାଯାଇ ୫ଟି ରାଉଣ୍ଡରେ ଭୋଟଗଣତି କରାଯାଇଥିଲା ।


ରାୟଗଡା ପୈାର ପରିଷଦର ୨୧ଟି ୱାଡରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ହେଲେ ୱାର୍ଡସଂଖ୍ୟା ୦୧ରେ କାଉନସିଲର ଭାବେ ବାସନ୍ତି ବେହେରା, ୦୩ରେ ଶ୍ରୀମତି ଶୁଭ୍ରା ପଣ୍ଡା, ୦୪ରେ ସୁକାନ୍ତ ପରିଡା, ୦୫ରେ ସୁଣ୍ଡି ସୁମିତ, ୦୬ରେ କାଳିଦାସ ମାଣ୍ଡାଙ୍ଗି, ୦୭ରେ ବି.ଜଗନମୋହନ ରାଓ, ୦୯ରେ ଗୋପିନାଥ ଗୈାଡ, ୧୦ରେ କମଳାକାନ୍ତି ମାଝି କାଉନସିଲର ଭାବେ ବିଜୟୀ ହୋଇଥିବା ବେଳେ ୧୧ରେ ସରୋଜିନୀ ଖୋସଲା, ୧୩ରେ ପ୍ରତିମା କୁମାରୀ ପାଣିଗ୍ରାହୀ, ୧୪ରେ ପାଲକୋଣ୍ଡା ମମିତା, ୧୫ରେ ସନ୍ତୋଷ କୁମାର ଦଳେଇ, ୧୬ରେ ଶ୍ରମିତା ପାଢୀ, ୧୭ରେ ଏମ.ଶ୍ରୀନିବାସ ରାଓ, ୧୮ରେ ବି.ରାମଣା, ୧୯ରେ ଅଭି କୁମାର ନାଚିକା, ୨୦ରେ ଏମ.ମାଙ୍ଗମା ବିଜୟୀ ହୋଇଥିବା ବେଳେ ୨୧ରେ ପି.ରୋଜା, ୨୨ରେ ପାରଚୁରୀ ରବି, ୨୩ରେ ସିଏଚ.ଗୈାରୀ କାଉନସିଲର ଭାବେ ବିଜୟୀ ହୋଇଛନ୍ତି । ପ୍ରକାଶ ଥାଉ କି, ୱାର୍ଡ ନମ୍ବର ୨ରେ କାଉନସିଲର ପ୍ରାର୍ଥୀନୀ ମମତା ମାଣ୍ଡାଙ୍ଗି ଅପ୍ରତିଦ୍ୱନ୍ଦୀ ଭାବେ ର୍ନିଦ୍ୱନ୍ଦରେ ବିଜୟୀ ହୋଇଥିଲେ । ୱାର୍ଡ ସଂଖ୍ୟା ୮ରେ ବିଜେପି ପ୍ରାର୍ଥୀନି ମଂଜୁଳା ମିଣିଆକା ବିଜେଡି ପ୍ରାର୍ଥୀ ଏନ.ଚିନ୍ତାଲାଙ୍କୁ ପରାସ୍ତ କରିଥିବା ବେଳେ ୱାର୍ଡ ସଂଖ୍ୟା ୧୨ରେ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀନୀ ସୁଜାତା ପାଳ ବିଜେପି ପ୍ରାର୍ଥୀନି ଏ.ୱାଣିଶ୍ରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀନୀ ୱାଣିଶ୍ରୀଙ୍କୁ ୪୬୫ଖଣ୍ଡ ମିଳିଥିବା ବେଳେ ସୁଜାତାଙ୍କୁ ୪୬୪ଟି ଭୋଟ ମିଳିଥିଲା । ସେହିପରି ୱାର୍ଡ ସଂଖ୍ୟା ୨୪ରେ କଂଗ୍ରେସର କାଉନସିଲର ପ୍ରାର୍ଥୀ ରାଜୀବ ଖୋସଲା ବିଜୟୀ ହୋଇଛନ୍ତି । ବିଜୟୀ ପୈାରାଧ୍ୟକ୍ଷ ପ୍ରାର୍ଥୀ ପି.ମହେଶ ପଟ୍ଟନାୟକଙ୍କ ସମେତ ୨୧ଗୋଟି କାଉନସିଲର ପ୍ରାର୍ଥୀମାନେ ବିଜେଡି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବାସଭବନକୁ ଯାଇ ତାଙ୍କ ଆଶିଷ ଲାଭ କରିଥିବା ବେଳେ ସମସ୍ତ ବିଜୟୀ ପ୍ରାର୍ଥିୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହି ବିଜୟର ଶ୍ରେୟ ରାୟଗଡା ସହରବାସୀଙ୍କ ଏବଂ ତାଙ୍କର ବିକାଶ ପାଇଁ ବିଜୟୀ ପ୍ରାର୍ଥୀମାନେ ଆହୁରି ସକ୍ରିୟ ହୋଇ ଉନ୍ନୟନମୂଳକ କାମ କରି ନବୀନ ସରକାରଙ୍କ ବିକାଶ ଧାରାକୁ ଆଗକୁ ନେବେ ଏବଂ ବିପୁଳ ପରିମାଣରେ ବିଜେଡିକୁ ବିଶ୍ୱାସ କରି ଭୋଟ ଦେଇ ବିଜୟୀ କରିଥିବାରୁ ସମସ୍ତ ସହରବାସୀଙ୍କୁ ଶ୍ରୀ ରାଓ କୃତଜ୍ଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.