ଗୋଲାମୁଣ୍ଡାଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକ ପରିସର ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ସମେତ ବିଭିନ୍ନ ସଂସ୍ଥାର ସଂଯୋଜକ ମାନେ ଉପସ୍ଥିତ ରହି ବେକାରୀ ସମସ୍ୟା ଦୁରୀକରଣ ପାଇଁ ବେକାର ଯୁବକ ଓ ଯୁବତୀ ମାନଙ୍କୁ ସଚେତନତା କରିବା ସହ ନିଯୁକ୍ତିର ଆଶା ଦେଖାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ, ବିପିଏମ୍ ସୁଧାଂଶୁ ଶେଖର ବିଶ୍ୱାଳ, ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, କେଗାଁ ଯୋନ ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ । ଏହି ନିଯୁକ୍ତି ମେଳାରେ ୨୮ଗୋଟି ପଞ୍ଚାୟତର ୧୮ ରୁ ୩୫ ବର୍ଷର ବିଭିନ୍ନ ବର୍ଗର ଯୁବକ ଯୁବତୀମାନେ ସିଲେଇ ଟ୍ରେନିଙ୍ଗ, ହୋଟେଲ ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଓ ଲେବ ଅପରେଟର ଏହି ସବୁ ପଦବୀ ପାଇଁ ରେଜିଷ୍ଟ୍ରେସନ କରାଯାଇଥିଲା । ସେମାନଙ୍କ ମନୋନୟନ ପରେ ମନୋନିତ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.