ବିଜୁ ଯୁବ ଜନତା ଦଳ ରାୟଗଡା ଜିଲ୍ଲା ସଂପାଦକ ପି. ସାଇ ପ୍ରସାଦ ନିଲମ୍ବିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦଳବିରୋଧୀ କାର୍ଯ୍ୟ ମହଙ୍ଗା ପଡିଛି ରାୟଗଡା ଜିଲ୍ଲାର ବିଜୁ ଯୁବ ଜନତା ଦଳ ଜିଲ୍ଲା ସଂପାଦକ ପି. ସାଇ ପ୍ରସାଦଙ୍କୁ । ରାୟଗଡା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦେବାଶିଷ ଖାଡଙ୍ଗାଙ୍କ ସୂଚନା ଓ ଅଭିଯୋଗ କ୍ରମେ ରାଜ୍ୟ ବିଜୁ ଯୁବ ଜନତା ଦଳ କର୍ତ୍ତୁପକ୍ଷଙ୍କ ନିଷ୍ପତି ଓ ନିର୍ଦ୍ଦେଶ ପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପୂର୍ବକ ଶନିବାର ଜିଲ୍ଲା ସଂପାଦକ ସାଇ ପ୍ରସାଦଙ୍କୁ ସଂଗଠନରୁ ନିଲମ୍ବନ ଆଦେଶ ହୋଇଥିବା ନେଇ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଖାଡଙ୍ଗା ପ୍ରେସ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସାଇ ପ୍ରସାଦ କେଉଁ ଦଳବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ତାହା ପ୍ରେସ ବିବୃତ୍ତିରେ ସ୍ପଷ୍ଟ କରାଯାଇନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.