କବିତା: ତଥାପି ମୁଁ ବଞ୍ଚିବାକୁ ଚାହେଁ

✍🏾ଡମ୍ବରୁଧର ବେହେରା

ଯେତେବେଳେ ତୁମ
ଅନୁସନ୍ଧାନୀ ଆଖି ଦ୍ୱୟ
ମୋତେ ନିରେଖି ନିରେଖି ଦେଖେ
ମୋ ଆବେଗପୂର୍ଣ୍ଣ ଚେହେରା
କଳାପଡ଼ି ମଳିନ ମଳିନ
ଜଣାପଡେ…….
ତଥାପି ମୁଁ ବଞ୍ଚିବାକୁ ଚାହେଁ…..।
ମୁଁ ଅନୁଭବ କରେ
ଅଶାନ୍ତ ସମୁଦ୍ରର
ଗର୍ଜନ ଭିତରେ
ଫେନିଳ ଢେଉ ଗୁଡ଼ିକ
ନତମସ୍ତକ ହୋଇ
ବାଲୁକା ଶଯ୍ୟାରେ
ମଥାପିଟି
ରକ୍ତାକ୍ତ ଓ ରକ୍ତସ୍ରାବ ଶରୀର ନେଇ,
ଫେରିଯାଆନ୍ତି
ପଛକୁ ପଛକୁ
ଅଧିକରୁ ଅଧିକକୁ
ଶାନ୍ତ,ସରଳ,ନିଷ୍କପଟ
ଭାବ ଓ ଆବେଗରେ……
ତଥାପି ମୁଁ ବଞ୍ଚିବାକୁ ଚାହେଁ…..।
ଲାଗେ ଯେପରି
ମୋ ‘ ଚିନ୍ତା ଓ ଚେତନାରେ
ଜ୍ୱଳନ୍ତ ଅଗ୍ନି କଣିକା ଗୁଡ଼ିକ
ଧିମେଇ ଧିମେଇ
ନିଜକୁ ବୁଡ଼ାଇ ଦିଏ
ତୁମ ଉପସ୍ଥିତିର
କାକର ବିନ୍ଦୁରେ
ତଳିରୁ ତଳିପା ଯାଏଁ
ତଲୀନ ତରଳ ସିନ୍ଧୁରେ
ବୁନ୍ଧା ବୁନ୍ଧା
ସୁନେଲି ଫେଣରେ……
ତଥାପି ମୁଁ ବଞ୍ଚିବାକୁ ଚାହେଁ…..।।

ଓଡ଼ିଆ ଶିକ୍ଷକ, ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି, ଗଜପତି(ଓଡ଼ିଶା)
ସମ୍ପର୍କ: ୯୪୩୭୭୮୮୪୬୪
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.