ଗୁଡହାଣ୍ଡି ଡୋକରୀଚଞ୍ଚରାରେ ସଫେଇ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରୀଚଞ୍ଚରାରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି, କୋକସରା ଯୁକ୍ତ ଦୁଇ ମହା ବିଦ୍ୟାଳୟର ଏନଏସଏସ, ୱାଇଆରସି, ଓ ଏନସିସି ତରଫରୁ ଏହି ସଫେଇ କାର୍ଯକ୍ରମ ଆୟୋଜନ କରଯାଇଥିଲା । ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଅଇରି ନାସନ ଚିନ୍ଦା, ୟୁଥ୍ ରେଡ କ୍ରସ କାଉନସିଲର ସୁବ୍ରତ କୁମାର ବେହେରା, କଲେଜ ଅଧ୍ୟକ୍ଷ ଗୁଣାକାର ପଣ୍ଡା, ଅଧ୍ୟାପକ ପୁଷ୍ପରାଜ ମେହେର, ଲାଇବେରିଆନ୍ ଜିତେନ୍ଦ୍ର ପ୍ରଧାନି, ପିଇଟି ପ୍ରତାପ ବିଶି, ଡିଇଓ ସୁନିଲ କୁମାର ପ୍ରଧାନୀ, ତପନ ବିଶିଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ସମସ୍ତ ପୀଠ ରେ ସଫେଇ କରିବା ସହିତ ଯାତ୍ରୀ ମାନଙ୍କୁ ସ୍ୱଚ୍ଛ ଭାରତର ବାର୍ତ୍ତା ପ୍ରଦାନ କରିଥିଲେ । ନେହେରୁ ଯୁବ କେନ୍ଦ୍ର ସହ ଅନୁବନ୍ଧିତ ୬ଟି ସଂସ୍ଥା ମା’ ମାଉଲୀ କ୍ଲବ କୁମୁଡାମୁଣ୍ଡା, ନେହେରୁ ଯୁବକେନ୍ଦ୍ର ବଙ୍ଗୋମୁଣ୍ଡା, ଦନ୍ତେଶ୍ୱରୀ କ୍ଲବ ଗମ୍ଭାରୀଗୁଡା, ଯୁବ କ୍ରୀୟାନୁଷ୍ଠାନ ସୀଉନି, ମା’ ଭଣ୍ଡାର ମାଉଲି ଯୁବକ ସଂଘ ର ପ୍ରାୟ ୫୦ ଜଣ ସ୍ୱଚ୍ଛାସେବୀ ରଷ୍ଟ୍ରୀୟ ସ୍ୱଚ୍ଛାସେବୀ ଦୃମାନ୍ୟ ଶବର, ଚରଣସିଂ ବାଗ ଓ ଗୋଲାପ ନାଏକଙ୍କ ନେତୃତ୍ୱରେ ସଫେଇ କରିଥିଲେ । ଏହି ଅବସରରେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି ର ଏକ ବୈଠକ ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସୁବର୍ଣ୍ଣ ଜୟନ୍ତୀ ଓ ଶ୍ରୀରାମ ନବମୀ ମହୋତ୍ସବ ର ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା । ବୈଠକ ରେ ଘନଶ୍ୟାମ ନାଏକ, ବିରଞ୍ଚି ପଣ୍ଡା, ସୁରେଶ ଅଗ୍ରୱାଲ, ସୁଧିର ପାତ୍ର, ମଧୁବନ ପାତ୍ର, ଯୁଗଲ ହଂସ, ନିଲାମ୍ବର ନାଏକ, ମହେନ୍ଦ୍ର ନାଏକ, ଦୀଲିପ ଯୋଶୀ, ପ୍ରତାପ ପଣ୍ଡା ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.