କୋରାପୁଟ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନୂତନ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ନିହାର ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ସୁବାସ ସେନାପତି ଉପ ସଭାପତି, ମନୋରଞ୍ଜନ ରାଉତରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ନବ ନିର୍ବାଚିତ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ଆଇନଜୀବୀଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଏକ ସୌହାର୍ଯ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ଆସୋସିଏସନ୍ କାମ କରିବ ବୋଲି ମତପ୍ରକାଶ କରିଛନ୍ତି । ଆଇନଜୀବୀଙ୍କ କାର୍ଯ୍ୟରେ ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ସମସ୍ତ ପ୍ରୟାସ କରାଯିବ ବୋଲି ସମ୍ପାଦକ ମନୋରଞ୍ଜନ ରାଉତରାୟ ଜଣାଇଛନ୍ତି । କୋରାପୁଟ ଜିଲ୍ଲାରେ ସମୁଦାୟ ୨୦୯ ଜଣ ଆଇନଜୀବୀ ଆସୋସିଏସନର ସଦସ୍ୟ ଥିବା ବେଳେ ୧୮୪ ଜଣ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ନେଇ ନିର୍ବାଚନ ପରିଚାଳକ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.