ସିର୍‌ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କବିତା ଆସର

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ବରଗଡ ଜିଲ୍ଲା ପଦମପୁର ସ୍ଥିତ ସିରଜିନା ସାହିତ୍ୟି ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କବିତା ଆସର ଶୀର୍ଷକ “ଫଗୁନ ଆସିଛେ ପ୍ରେମର ପସରା ଧରି” ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଏହି ପ୍ରତିଯୋଗୀତାରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ପ୍ରତିଯୋଗୀଙ୍କ ମଧ୍ୟରେ ବରଗଡରୁ ଲକ୍ଷ୍ମୀପ୍ରିୟା ସାହୁ, ବଲାଙ୍ଗୀରରୁ ପ୍ରହଲ୍ଲାଦ ଦଣ୍ଡସେନା, ବରଗଡରୁ ତୁଳସୀ ରାମ ପ୍ରଧାନ, ସୁବର୍ଣ୍ଣପୁରରୁ ପ୍ରଫୁଲ୍ଲ କୁମାର ସାହୁ, ବଲାଙ୍ଗୀରରୁ ଦିଲୁ ବାଗ, କଳାହାଣ୍ଡିରୁ ସରୋଜ କୁମାର ଟୋଲଟିଆ, ବରଗଡରୁ ବିନୋଦ ଦୀପ, ବୌଦ୍ଧରୁ ସୁଜ୍ଞାନ ବାଘ, ବରଗଡରୁ ନରେନ୍ଦ୍ର ପଟେଲ, ବଲାଙ୍ଗୀରରୁ ତ୍ରିଲୋଚନ ପୋଢ଼, ସୁଷମା ସାହୁ, ବରଗଡରୁ ଚନ୍ଦନା ମଞ୍ଜରୀ ତ୍ରିପାଠୀ, ବଲାଙ୍ଗୀରରୁ ଇଂ. ହରେକୃଷ୍ଣ ଦେବ ସାହୁ, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, କଳାହାଣ୍ଡିରୁ ଅଗ୍ନି କୁମାର ସାହୁ, ନୂଆପଡାରୁ ପ୍ରମୋଦିନୀ ପଣ୍ଡା, ବରଗଡରୁ ଗୋପବନ୍ଧୁ ମହାନନ୍ଦ, ନୂଆପଡାରୁ ସୁରଭି ସାହୁ, ବରଗଡରୁ ଅଭୟ ସରାଫ, ଡ଼. ଡୋଳା ମଣି ଶତପଥୀ, ନିରୁପମା ଶତପଥୀ, ପଦ୍ମପୁରରୁ ସ୍ବର୍ଣ୍ଣ ପ୍ରମୁଖ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି, ସଭାପତି ଜିତେଶ୍ବରୀ ଦାଶ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଆଭାସୀ ଜରିଆରେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଅଛନ୍ତି । ତେବେ ଏହି ଅବସରରେ କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ର ପରିସରରେ ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାର ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ତଥା ଉତ୍କଳ ସମାଚାରର ନିର୍ଦ୍ଧେଶକ ଗଣେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଏହି ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.