ଅବିଭକ୍ତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଶାବର ଶ୍ରୀକ୍ଷେତ୍ର କୋରାପୁଟ ଠାରେ ‘ଅବିଭକ୍ତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲା, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଏହି ସଂଘ ଯେପରି ସବୁ ଉନ୍ନତି ମୂଳକ କାର୍ଯ୍ୟ କରିବ ତାହା ଉପରେ ଆଲୋଚନା କରାଯାଇଥିଲା । ଦୀର୍ଘ ଦୁଇ ବର୍ଷ ପୂରଣ ହୋଇ ଯାଇ ଥିବାରୁ ନୂତନ କମିଟି ଚୟନ କରାଯାଇଛି । ଏହି ବୈଠକରେ ସଭାପତି ଦାଶରଥି ମାଳି, କାର୍ଯ୍ୟକାରୀ ସଭାପତି ବସନ୍ତ ପେଗଡ, ଉପଦେଷ୍ଟା ପୂର୍ଣ୍ଣ ପଟ୍ଟନାୟକ, ଜ୍ୟୋତ୍ସ୍ନା ରାଉଳ, ସମ୍ପାଦକ ଗଣେଶ ଚନ୍ଦ୍ର ପଟ୍ଟନାୟକ, ଉପ ସଭାପତି ଜଗ ମୋହନ, ଇଶ୍ୱର ମହନ୍ତ, କାର୍ଯ୍ୟକାରୀ ସମ୍ପାଦକ ଭାବେ ମାଲକାନଗିରିରୁ ଗୋବିନ୍ଦ ମଣ୍ଡଳ, ରାୟଗଡାରୁ ନୀତିନ ଚୌଧୁରୀ, ନବରଙ୍ଗପୁରରୁ ସୁନୀଲ ରାଜ, କୋରାପୁଟରୁ ପ୍ରତିଭା ଦାସ, ତ୍ରିନାଥ ପଟ୍ଟନାୟକ ସେହିପରି କୋଷାଧ୍ୟକ୍ଷ ଭାବେ ପ୍ରଭାତୀ ରାଉତ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.