ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ‘ୟୁ କେନ୍ କ୍ରେକ୍ ଦ ଜବ୍ ଇଣ୍ଟରଭ୍ୟୁ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଫେସର ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ଲିଖିତ ‘ୟୁ କେନ୍ କ୍ରେକ୍ ଦ ଜବ୍ ଇଣ୍ଟରଭ୍ୟୁ’ ପୁସ୍ତକ ଅନଲାଇନରେ ଉନ୍ମୋଚିତ ହେଇଯାରିଛି । ଉକ୍ତ ଉତ୍ସବରେ ଜାମ୍ବିଆର ଗ୍ରେଟ କଂସଲଟିଏନ୍ସିର ପ୍ରତିଷ୍ଠାତା, ପରିଚାଳକ ଡ. ଇମ୍ମା ସୀତାମ୍ବୁଲି ମୁଖ୍ୟ ଅତିଥି ଥିଲେ । ସମ୍ମାନିତ ଅତିଥି ଅଷ୍ଟ୍ରେଲିଆର ପ୍ରିୟଦର୍ଶିନୀ ଜେକବ ଏବଂ ଷ୍ଟାଣ୍ଡର୍ଡ଼ ଚାର୍ଟେଡ଼ ବ୍ୟାଙ୍କର ଉପସଭାପତି ପରମ ବୀର ସିଂ ନାରଙ୍ଗ ମୁଖ୍ୟବକ୍ତା ତଥା ବିଭିନ୍ନ ଦେଶର ପ୍ରତିଷ୍ଠିତ କମ୍ପାନୀ ଓ ଅନୁଷ୍ଠାନମାନଙ୍କର ପରିଚାଳକ, ଏଡ଼ଭାଇଜରମାନେ ବକ୍ତା ରହିଥିଲେ । ଇଂରାଜୀ ପ୍ରଫେସର ଡ. ଅରୁଣ ବେହେରା, ପ୍ରଫେସର ସୁବୋଧ ପଣ୍ଡା, ପଞ୍ଚାନନ ଦୁରିଆ, ନିଶାନ୍ତ ମୁଣ୍ଡ, ପଦାରବିନ୍ଦ ବେହେରା, ଲିଙ୍ଗରାଜ ପଧାନ, ଶୁଭ୍ରାଂଶୁ ଦାସ ତଥା ଅନ୍ୟ ବହୁ ବିଖ୍ୟାତ ପ୍ରଫେସର ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆମାଜନ, ଫ୍ଲିପକାର୍ଟ, ତଥା ଅନ୍ୟ ଅନଲାଇନ ପ୍ରତିଷ୍ଠାନ ମାନଙ୍କରେ ଏହି ପୁସ୍ତକ ଦେଶ ବିଦେଶରେ ଉପଲବ୍ଧ ଅଟେ । ଏହି ପୁସ୍ତକଟି ଏଭିନ୍ସପବ୍ ପବ୍ଲିଶର୍, ଭାରତ ଦ୍ୱାରା ପ୍ରକାଶିତ ଅଟେ ।

ପ୍ରଫେସର ପଣ୍ଡା କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାର ଜଣେ ଗର୍ବ ଓ ଗୌରବ । ପ୍ରଫେସର ସୁନୀଲ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ, ପଂଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ ଓ ଶ୍ରୀମତୀ ମମତା ପଣ୍ଡାଙ୍କ ଯୋଗ୍ୟ ସନ୍ତାନ ଅଟନ୍ତି । ସେ ଏମବିଏ, ଏମଜେଏମସି, ଏମଫିଲ, ପିଏଚଡି ପଢ଼ି ସାରିଛନ୍ତି । ତାଙ୍କ ଲିଖିତ ୮ ଟି ପୁସ୍ତକ ଏବଂ ଅନେକ ଗବେଷଣା ତଥା ଅନୁସନ୍ଧାନ ମୂଳକ ଲେଖା ପୂର୍ବରୁ ପ୍ରକାଶିତ ହେଇ ବହୁ ସ୍ୱୀକୃତି ଲାଭ କରିସାରିଛି । ସେ ଦେଶ ବିଦେଶରୁ ବହୁ ସମ୍ବର୍ଦ୍ଧନା ଓ ପୁରସ୍କୃତ ହେଇ ସାରିଛନ୍ତି ତଥା ବିଭିନ୍ନ ୱାର୍କସପ, ଟ୍ରେନିଙ୍ଗ, ଇଣ୍ଟରଭିଉ ପରିଚାଳନା କରିବାରେ ପ୍ରଫେସର ପଣ୍ଡା ସିଦ୍ଧହସ୍ତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.