ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କୋଲେଜ ଓ ହସ୍ପିଟାଲ ଛକ ସ୍ଥିତ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଅଛି । କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅକତାର, ଉପଜିଲ୍ଲାପାଳ କୋରାପୁଟ, ଅତିରିକ୍ତ ଜିଲ୍ଲାପାଳ କୋରାପୁଟ, ଜିଲ୍ଲା ପ୍ରକଳ୍ପ ଅଧିକାରୀ କୋରାପୁଟ, ଜିଲ୍ଲା ପରିଷଦ ଅଧକ୍ଷା ରଶ୍ମିତା ମେଲେକା, ଜିଲ୍ଲା ପରିଷଦ ଉପସଭାପତି, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ରାୟଗଡ଼ା ଓ କୋରାପୁଟ ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ସଂଯୋଜକ ରୂପକ ତୁରୁକ, ମ୍ୟୁନିସିପାଲିଟି ଅଧକ୍ଷ ଲଲାଟ ରଞ୍ଜନ ସେଠି, ଯୁବ ସମାଜ ସେବୀ ତଥା ଓକିଲ କାମାକ୍ଷା ପ୍ରସାଦ ମାଝୀ, ଆଦିବାସୀ ନେତା ପଦ୍ମନାବ ଜାନି, ସମାଜ ସେବୀ ବୈକୁଣ୍ଠ ମଣ୍ଡଳ ଓ ଜିଲ୍ଲାର ଅନେକ ନେତା ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.