ବୁଢ଼ାରଜା ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାମ ସିଂ ମାଝୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ବୁଢ଼ାରଜା ହାଇସ୍କୁଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ରାମ ସିଂ ମାଝୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା କାରଣରୁ କୋରାପୁଟ ଓ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା, ତେବେ ସେ ନିଜ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ମାଝୀ ବୁଢ଼ାରଜା ହାଇସ୍କୁଲରେ ସାଇନ୍ସ ବିଅରର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳ ତଥା ହାଇସ୍କୁଲର ସହକର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଓ ସହକର୍ମୀମାନେ ସ୍ବର୍ଗତ ରାମ ସିଂ ମାଝୀଙ୍କ ପରିବାର ବର୍ଗଙ୍କ ପାଖରେ ପହଞ୍ଚି ସାନ୍ତ୍ବନା ଦେବାସହ କର୍ମଚାରୀଙ୍କ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.