ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୁଲ୍ୟରେ ଚକ୍ଷୁ ପରିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ଼ର ମିଳିତ ଆନୁକୁଲ୍ୟରେ ଗୋଷ୍ଠୀ ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସସିଡି ଚକ୍ଷୁ ଚିକିତ୍ସାଳୟର ପ୍ରକଳ୍ପ ନିର୍ଦ୍ଦେଶକ ମୋହିତ ମୋହନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫିଲ୍ଡ ସଂଯୋଜକ ଶୈଳେନ୍ଦ୍ର କୁମାର ନନ୍ଦ, ଭିଜନ ମୋଟିଭେଟର ଜୟଦେବ ସାହୁଙ୍କ ସହ ହସ୍ପିଟାଲର ଟେକ୍ନିସିଆନ, କର୍ମଚାରୀ ପ୍ରମୁଖ ଗ୍ରାମବାସୀଙ୍କ ଚକ୍ଷୁ ପରିକ୍ଷା କରିଥିଲେ । କେଉଁ ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବ, କାହାର ଚଷମା ଦରକାର ହେବ ସେନେଇ ଚିକିତ୍ସାଳୟର କର୍ମଚାରୀମାନେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଏବଂ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଟିଟିଲାଗଡ଼ ସ୍ଥିତ ଏସସିଡି ଚକ୍ଷୁ ଚିକିତ୍ସାଳୟ ମାଗଣାରେ ଚକ୍ଷୁ ପରିକ୍ଷା, ମୋତିଆବିନ୍ଦୁ ଅସ୍ତ୍ରୋପଚାର ଓ ମାଗଣାରେ ପାଓ୍ବାର ଚଷମା ଯୋଗାଇ ଆସୁଛି । ଚକ୍ଷୁ ଚିକିତ୍ସାଳୟର ଏହି ଜନହିତକାରୀ କାର୍ଯ୍ୟଧାରାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.