କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବ କଣ୍ଠ ଶିଳ୍ପୀ ସୁମନ ଶେଖର, ଚିକିତ୍ସା ନିମନ୍ତେ ବାପାମାଙ୍କ ନିବେଦନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ଉଦୀୟମାନ ଯୁବ କଣ୍ଠ ଶିଳ୍ପୀ ସୁମନ ଶେଖର ମିଶ୍ର ଏବେ କିଡ଼ନୀ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଅଛନ୍ତି । ଜଣେ ଆଗଧାଡ଼ିର ତଥା ଜଣାଶୁଣା କଣ୍ଠ ଶିଳ୍ପୀ ହଠାତ ଏହି ରୋଗର ଶିକାର ହେବା ପରେ ତାଙ୍କୁ କିଡନୀ [‘ଓ ପଜିଟିଭ’ (O+) ] କିଡ଼ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ଜଣାପଡ଼ିଲା । ତେବେ ପିତା ଜଣେ ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହେଇଥିବା କାରଣରୁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବପର ହେଇପାରୁନି । ତେଣୁ ପିତା ରମେଶଚନ୍ଦ୍ର ମିଶ୍ର ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ସୁମନ ପରିବାରର ବଡ଼ ପୁଅ ହେଇଥିବାବେଳେ ପୁରୀ ସଦାଶିବ ପରିସରରେ ସଂସ୍କୃତରେ ସ୍ନାତୋକୋତ୍ତର ପରେ ରାଜସ୍ଥାନର ଜଗତଗୁରୁ ବିଶ୍ୱବିଦ୍ୟାଳୟରେ ବିଇଡ଼ି(ସଂସ୍କୃତ)ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ତେବେ ସେ ପୁରୀରେ ରହୁଥିବାବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣରେ ଭଜନ ପରିବେଷଣ କରି ଓଡ଼ିଶାର ଦର୍ଶକଙ୍କ ପରିଚିତ ହେଇପାରିଥିଲେ । ମ.ରାମପୁରର ବିଟ୍ସ ମେଲୋଡ଼ି ଗୃପର କଳାକାର ଓଡ଼ିଶାର ବିଭିନ୍ନ ମଞ୍ଚରେ ଗୀତ ପରିବେଷଣ କରି ଅନେକ ହୃଦୟଜିଣି ପାରିଛନ୍ତି । ଏଭଳି ଜଣେ ପ୍ରତିଭାସମ୍ପନ୍ନ କଳାକାରଙ୍କ ଏଭଳି ଅବସ୍ଥା କଳାକାର ଜଗତପାଇଁ ଆଣିଦେଇଛି ଅବସାଦ । ଅନେକ ଟଙ୍କାର ଆବଶ୍ୟକତା ଦୃଷ୍ଟିରୁ ବାପାମାଁଙ୍କ ଆଖିରୁ ଲୁହ ଶୁଖୁନି । ତେଣୁ ସହୃଦୟବ୍ୟକ୍ତିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.