ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଭାବେ ଲଲାଟ ରଞ୍ଜନ ସେଠୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଓ ନିର୍ବାଚିତ କାଉନସିଲର ମାନଙ୍କ ସହ ଅଧ୍ୟକ୍ଷ ଶ୍ରୀ ସେଠୀ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, କାର୍ଯ୍ୟାଳୟର କର୍ମଚାରୀ, କୋରାପୁଟ ପ୍ରେସକ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଗଣ ମାଧ୍ୟମ ପ୍ରତିନିଧି ଏବଂ ସହରର ଅନେକ ବ୍ୟକ୍ତି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଲୋକଙ୍କ ସହ ଜଡିତ ହୋଇ ସମସ୍ୟା ସମାଧାନ କରିବି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି। ଶିକ୍ଷକରୁ ରାଜନୀତିରେ ପ୍ରବେଶ କରି ଲଲାଟ ଏବେ କୋରାପୁଟ ପୌରାଧ୍ୟକ୍ଷ। ଲୋକେ ଯେଉଁ ଭରସା ନେଇ ମତେ ନିର୍ବାଚିତ କଲେ ସେହି ଭରସାକୁ ତୁଟିବାକୁ ଦେବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି।