ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗଙ୍ଗାଧର ମେହେରଙ୍କ ପ୍ରସଙ୍ଗ ଉପନୀତ ମାସିକ ଆସର

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଜୟପୁର ସ୍ଥିତ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ କୃତି ସମ୍ପର୍କର ଶୀର୍ଷକ ପ୍ରସଙ୍ଗ ଆଲୋଚନାର ବିଷୟ ବସ୍ତୁ ରହିଥିଲା । ସମ୍ବାଦ ସାହିତ୍ୟ ଘର ସଭାପତି ଉଦୟ ଶଙ୍କର ଜାନିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଆସରରେ ମୁଖ୍ୟ ବକ୍ତା ଭାବେ ଆଲୋଚକ ଯଜ୍ଞେଶ୍ବର ପଣ୍ଡା ଯୋଗ ଦେଇଥିବା ବେଳେ ସ୍ବାଗତ ସଂଭାଷଣ ତଥା ଅତିଥି ପରିଚୟ ବୈରାଗୀ ଚରଣ ସାହୁ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରମୋଦ କୁମାର ରାଉଳ ବିବରଣୀ ପାଠ କରିଥିବା ବେଳେ ଦ୍ଵିତୀୟ ଅଧିବେଶନରେ ମଦନମୋହନ ନାୟକ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ଆସରରେ ମଦନ ମୋହନ ନାୟକ, ତାରିଣୀ ପ୍ରସାଦ ମିଶ୍ର, ମଧୁସୂଦନ ମିଶ୍ର, ଅଶୋକ କୁମାର ପଲେଇ, ମନୋରଞ୍ଜନ ପଣ୍ଡା, ବୈରାଗୀ ଚରଣ ସାହୁ, ମମତା ମହାପାତ୍ର, କୃଷ୍ଣଚନ୍ଦ୍ର ହୋତା, ରାଜେଶ୍ଵରୀ ନନ୍ଦ, ଅବିନାଶ ସାନ୍ତ୍ରାପାତ୍ର, ଶୋଭାଙ୍ଗିନୀ ନନ୍ଦ, ପୁଷ୍ପାଞ୍ଜଳୀ ସାହୁ, ସନ୍ଧ୍ୟା ଦାସ ପ୍ରମୁଖ ୧୬ରୁ ଅଧିକ କବି ଓ କବୟତ୍ରୀ ନିଜ ନିଜ କବିତା ପାଠ କରିଥିଲେ । ଏହି ଆସରକୁ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ସଂଯୋଜନା କରିଥିଲାବେଳେ ଅବିନାଶ ସାନ୍ତ୍ରାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.