ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକଙ୍କ ପ୍ରଥମ ପଦକ୍ଷେପ: ପାନୀୟ ଜଳ ସମସ୍ୟାର କଲେ ସମାଧାନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ସର୍ବପ୍ରଥମେ ପାନୀୟଜଳର ସୁ ବନ୍ଦୋବସ୍ତ କରିଥିବାରୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦୦୨ ମସିହାରେ ଗୋକୁଳେଶ୍ୱରୁ ଗ୍ରାମ ପଞ୍ଚାୟତରୁ ବିଭକ୍ତ ହୋଇ ଦେଓଗାଁ ନୂତନ ପଞ୍ଚାୟତ ଭାବେ ସ୍ଥାପିତ ହୋଇଥିଲା । ତେବେ ପଞ୍ଚାୟତ ଗଠନର ୨୦ବର୍ଷ ପରେ ମଧ୍ୟ ଲୋକମାନେ ପାନୀୟଜଳ ପାଇଁ ବହୁତ ହଇରାଣ ହରକତ ହୋଇ ଆସୁଥିଲେ । ପାନୀୟ ଜଳ ନପାଇ ସବୁଠାରୁ କଷ୍ଟକର ଜୀବନ ନିର୍ବାହ କରୁଥିଲେ ଗୃହପାଳିତ ପଶୁ । ତେଣୁ ପଞ୍ଚାୟତବାସୀ ନୂତନ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକଙ୍କୁ ପାନୀୟଜଳ ବ୍ୟବସ୍ଥା କରିବାକୁ ଦାବି ଜଣାଇବାରୁ ସରପଞ୍ଚ ଦେଓଗାଁ ଗ୍ରାମ ପଞ୍ଚାୟତ ର ଦେଓଗାଁ, ମହଗା, ମାଟିଆଁ, ଜାମଜୋର ଗ୍ରାମରେ ଯୁଦ୍ଧ କାଳୀନ ଭିର୍ତ୍ତିରେ ୧୨ ଚହଲା ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗତ ରବିବାର ଓ ସୋମବାର ଦୁଇ ଦିନ ମଧ୍ୟରେ ୧୨ଟି ଚହଲା ପାନୀୟ ଜଳ ଯୋଗାଣ ଯୋଜନାରୁ ଖୋଲି କେସିଙ୍ଗା ବ୍ଲକରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଚାରୋଟି ଗ୍ରାମରେ କୌଣସି ପାନୀୟଜଳ ବ୍ୟବସ୍ଥା ନ ଥିବାରୁ ଗୃହ ପାଳିତ ପ୍ରାଣୀ ଗାଈ, ମଇଁଷି, ବଳଦ, ଛେଳି, ମେଣ୍ଢାଙ୍କ ସମେତ ବନ୍ୟଜନ୍ତୁ ଓ ଲୋକଙ୍କ ବହୁ ଅସୁବିଧା ହେଇ ଆସୁଥିଲା । ବର୍ତ୍ତମାନ ଠାରୁ ଗୃହପାଳିତ ପ୍ରାଣୀ ଓ ଲୋକଙ୍କ ସୁବିଧା କରି ଥିବାରୁ ନୂତନ ସରପଞ୍ଚଙ୍କୁ ଭୁରି ଭୁରି ପ୍ରଂଶସା କରୁ ଥିବାର ଶୁଣିବାକୁ ମିଳୁଛି । ଏ ସଂକ୍ରାନ୍ତରେ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକଙ୍କୁ ପଚାରୁବାରୁ ମୁଁ ସର୍ବପ୍ରଥମେ ଲୋକଙ୍କ ସେବା କରିବା ସହିତ ବିଭିନ୍ନ ସମସ୍ୟା ଦୂର କରି ଆଗାମୀ ଦିନରେ ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ପ୍ରଯତ୍ନ କରିବି ବୋଲି ମତପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.