ଥୁଆମୂଳ ରାମପୁରରେ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ସଦରମହକୁମା ଠାରେ ଓ ବିଭିନ୍ନ ସ୍ଥାନରେ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା ପର୍ବ ପାଳନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଠାରୁ ଆରମ୍ଭ ହୋଇ ଘଣ୍ଟ ଯାତ୍ରା ପର୍ବ ୯ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଯାତ୍ରା ମୁଖ୍ୟତଃ ଥୁଆମୂଳ ରାମପୁର ସଦରମହକୁମା ସମେତ ଗୋପାଳପୁର ପଞ୍ଚାୟତ, ସିନ୍ଧିପଦର ପଞ୍ଚାୟତ, ଗୁଣୁପୁର ପଞ୍ଚାୟତ ବିରିକୋଟ ପଞ୍ଚାୟତ, ବଡ଼ଛତରଙ୍ଗ ପଞ୍ଚାୟତ ଓ ବାଗଡ଼ିଆଣୀ ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହୋଇଥାଏ । ମାଁ ଠାକୁରାଣୀ ଦେବୀ ସହର ପରିକ୍ରମାରେ ବାହାରି ଘରକୁ ଘର ବୁଲି ଭୋଗ ଆହାର ଗ୍ରହଣ କରନ୍ତି । ଗଜା, ମୁଆଁ, ନଡ଼ିଆ, କଦଳୀ , ଇତ୍ୟାଦି ଭକ୍ତମାନେ ଭୋଗ ଅର୍ପଣ କରିଥାନ୍ତି । ଏହା ବ୍ୟତିତ ମାନସିକ ଧାରିମାନେ କୁକୁଡା, ପାରା ବୋଦା ବଳି ଦେଇଥାନ୍ତି । ଏହି ଯାତ୍ରାରେ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଶ୍ରଦ୍ଧାଳୁ, ଭକ୍ତ ଓ ଜନସାଧାରଣ ସାମିଲ ହୋଇ ମାଁଙ୍କ ପାଖରେ ସମର୍ପଣ ପୂର୍ବକ ସୁଖଶାନ୍ତି ନିମନ୍ତେ ଆର୍ଶୀବାଦ ଭିକ୍ଷା କରିଥାନ୍ତି । ଏଠାରେ ପ୍ରକାଶ ଥାଉ କି, ଜିଲ୍ଲା ବିଭାଗୀୟ ଅଧିକାରୀ କରୋନା କଟକଣା ଯୋଗୁଁ ଗତ ତିନବର୍ଷ ଧରି ମାଁଙ୍କ ଅଳଙ୍କାର ପଠାଇନଥିଲେ । ଯାହାଫଳରେ ଭକ୍ତଙ୍କ ମନରେ ଦୁଃଖ ଯାତ ହୋଇଥିଲା । ସେହିପରି ଏହି ବର୍ଷ ମଧ୍ୟ ଅଳଙ୍କାର ଆସିବ ନାହିଁ ବୋଲି ସୂଚନା ମିଳିଛି । ତେବେ ଯାତ୍ରା ବିଧି ପୂର୍ବକ ସଂପନ୍ନ ହେବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.