ଜାଣିଶୁଣି ରିଟାୟର ଆଉଟ ହେଲେ ଅଶ୍ୱିନୀ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନୀ ଜାଣିଶୁଣି ରିଟାୟର ଆଉଟ ହେବାକୁ ସମସ୍ତେ ପ୍ରଶଂସା କରିଛନ୍ତି । ୧୯ତମ ଓଭରରେ ଟିମ ପାଇଁ ସେ ନିଜ ୱିକେଟ ତ୍ୟାଗ କରିବାକୁ ପଛାଇ ନ ଥିଲେ । ଆଇପିଏଲ ଇତିହାସରେ ସେ ପ୍ରଥମ ଖେଳାଳି ଭାବେ ରିଟାୟର ଆଉଟ ହୋଇଛନ୍ତି । ଓଭରାଲ ଟି୨୦ରେ ୪ର୍ଥ ଖେଳାଳି ଭାବେ ଏହା କରିଛନ୍ତି । ରାଜସ୍ଥାନ ୬୭ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ୫ମ ୱିକେଟରେ ସିମ୍ରନ ହ୍ୱେଟମେୟରଙ୍କ ସହ ସେ ୬୮ରନ ଯୋଗ କରିଥିଲେ । ଅଶ୍ୱିନୀ ୨୩ ବଲରେ ୨୮ ରନ କରିଥିଲେ ମଧ୍ୟ ଶେଷ ଭାଗରେ ବଡ ଶଟ ମାରି ନ ପାରିବାରୁ ରିଟାୟର ଆଉଟ ହୋଇଥିଲେ । ଏହି ମ୍ୟାଚରେ ରାଜସ୍ଥାନ ୩ ୱିକେଟରେ ଲକ୍ଷ୍ନୌକୁ ପରାସ୍ତ କରିଛି । ଅଶ୍ୱିନୀଙ୍କ ଏହି ଉଦ୍ୟମକୁ କୁମାର ସଙ୍ଗକାରା ଭୂୟସୀ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.