ବୁଢିପଦରରେ ଦିବାରାତ୍ରୀ ଭଲିବଲ ପ୍ରତିଯୋଗିତା: ରାକ୍ସି ଚମ୍ପିୟାନ, ତୁଳାପଡା ରନର୍ସ ଅପ୍

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି( ଲିଙ୍ଗରାଜ ମିଶ୍ର): ଗଜାନନ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଚାଲିଥିବା ଦ୍ବି- ଦିବସୀୟ ଦିବରାତ୍ରୀ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ‌। ଗଜାନନ ସାଂସ୍କୃତିକ ଅନୁଷ୍ଠାନର ୧୩ତମ ବାର୍ଷିକ ଉତ୍ସବ ମହାସମାରୋହ ଅବସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ମୋଟ ୧୫ ଗୋଟି ଦଳ ଭାଗ ନେଇଥିଲେ । ମାଣ୍ଡେଲ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ପଦ୍ମଲୋଚନ ଜାଲ ମୁଖ୍ୟ ଅତିଥି ଭାବେ ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଗୁଣନିଧି ଧଙ୍ଗଡାମାଝୀ, ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ ଓ ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ବେନିଆ ଯୋଗଦେଇ ଦ୍ବି ଦିବସୀୟ ଦିବରାତ୍ରୀ ଭଲିବଲ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦଘାଟନୀ ମ୍ୟାଚ୍ ଅର୍ଜୁନ ଗାଁ ଓ ବୁଢିପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିରପୁର, ଗୋକୁଲେଶ୍ବର, ସିରୋଲ, ଦେଣ୍ଡୋଗୁଡା, ତୁଳାପଡା, ଅର୍ଜୁନ ଗାଁ, ବୁଢିପଦର, ଖାଇଚୁଆଁ, ବ୍ରାହ୍ମଣୀ, ଲମସିଆଁ, ତିତକେଲା, ରାକ୍ସି, ଡୁମେରବାହାଲ ଓ ହଲଦୀ ଆଦି ଦଳ ଯୋଗ ଦେଇଥିଲେ । 

Udyog Nursery
Udyogi Nursery

ଫାଇନାଲ ମ୍ୟାଚ ଭାନପୁର ପଞ୍ଚାୟତର ରାକ୍ସି ଓ ତୁଲାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୩ ସେଟ ବିଶିଷ୍ଟ ଫାଇନାଲ ମ୍ୟାଚର ୨ ସେଟରେ କଡା ଟକ୍କର ହୋଇ ୩ ନଂ ସେଟର ୧୫ ସଂଖ୍ୟା ବିଶିଷ୍ଟ ଖେଳରେ ରାକ୍ସି ଦଳ ୨/୧ରେ ବିଜୟୀ ହୋଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ରାକ୍ସି ଦଳ ଚମ୍ପିୟାନ ହୋଇଥିବା ବେଳେ ଭାନପୁର ରନର୍ସ ଅପ୍ ହୋଇଥିଲା । କ୍ରୀଡା ଶିକ୍ଷକ ତଥା ବିଶିଷ୍ଟ ଭଲିବଲ ରେଫରୀ ଉମାକାନ୍ତ ଭୋଇ, ରାଜ୍ୟସ୍ତରୀୟ ଭଲିବଲ ରେଫରୀ ବିପିନ ପଧାନ ଓ ଅଜିତ ନାଏକ ଏବଂ ସ୍ବାଧିନ ଭୋଇ ଖେଳ ପରିଚାଳନା କରିଥିଲେ ।

ଆଇନଜୀବୀ ସଞ୍ଜୟ କୁମାର ଧଙ୍ଗଡାମାଝୀ ଖେଳର ଧାରାବିବରଣୀ ପ୍ରଦାନ କରିଥିବାବେଳେ ଟିକୁ ଜାନୀ, ନେତ୍ରାନନ୍ଦ ଧଙ୍ଗଡା ମାଝୀ, ନେତ୍ରାନନ୍ଦ ମାଝୀ, ଶୁକ୍ରୁ ଗଉଡ ସହଯୋଗ କରିଥିଲେ । କୈ।ଲବ ଗଉଡ ସ୍କୋରର ଦାଇତ୍ୱ ନିର୍ବାହ କରିଥିଲେ । ଦୁଇ ଦିନ ବ୍ୟାପି ଆୟୋଜିତ ଉକ୍ତ ଦିବାରାତ୍ରୀ ଭଲିବଲ ପ୍ରତିଯୋଗିତାରେ ବେଷ୍ଟ ସେଟର୍ ଭାବେ ଦିନେଶ ବାଗ, ବେଷ୍ଟ ସର୍ଭିସ୍ ରିଙ୍କୁ, ବେଷ୍ଟ ସ୍ମାସର୍ ଅଜିତ ଓ ବେଷ୍ଟ ପ୍ଲେୟାର ଭାବେ ଭୋଳାଶଙ୍କରଙ୍କୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିଶିଷ୍ଟ ଅତିଥି ଭାବେ ପୋଲିସ ଅଧିକାରୀ ତଥା ପୂର୍ବତନ ନର୍ଲା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ, ମୁଖ୍ୟ ବକ୍ତା ଭାବେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ସମ୍ମାନୀତ ଅତିଥି ଭାବେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବୋରିଆ ସରପଞ୍ଚ ଦେବେନ୍ଦ୍ର ନାଏକ, ବୈଦ୍ୟରାଜ ପବିତ୍ର ଶବର, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗାଡେବନ୍ଧ ସରପଞ୍ଚ ବବିତା ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ଓ ସମାଜସେବୀ ବିଜୟ କୁମାର ଭୋଇଙ୍କ ସମେତ ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସତ୍ରୁଘନ ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ଗୈାତମ ବେନିଆ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ଟ୍ରଫି, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.