ଉଦ୍ଧାର ହେଲେ ମୁର୍ମୁଷୁ ବୃଦ୍ଧ

ମାନବିକତାର ପରିଚୟ ଦେଲେ ଦୁଇ ସମାଜସେବୀ, ସରପଞ୍ଚଙ୍କ ସହଯୋଗରେ କରାଗଲା ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କର୍ଲାଗୁଡା ପଞ୍ଚାୟତ ଖଇରମାଲ ଗାଁର ପୋଖରୀ ହୁଡାରେ ରହୁଥିଲେ ଜଣେ ୮୦ ବର୍ଷୀୟ ବୃଦ୍ଧ । ସ୍ତ୍ରୀଙ୍କ ଦେହାନ୍ତ ପରେ ସେ ଏକାକୀ ରହୁଥିଲେ ବୃଦ୍ଧ । ନିଜର ବଳ ଥିବା ସମୟରେ ନିଜେ ରୋଷେଇକରି ଖାଉଥିଲେ । ଏବେ ଚାଲିବୁଲି ନ ପାରିବାରୁ ଖାଇବାକୁ ନ ପାଇ ଭଙ୍ଗା କୋଠରୀରେ ରହୁଥିଲେ ଏହି ବରିଷ୍ଠ ନାଗରିକ । କୌଣସି ସୂତ୍ରରୁ ଖବର ପାଇ କର୍ଲାଗୁଡା ସରପଞ୍ଚ ଶ୍ରୀ ଆଦିତ୍ୟ ନାଏକ ପହଂଚି ବୃଦ୍ଧଙ୍କୁ ଖାଇବା ଆଣି ଦେଇଥିଲେ । ପରେ ଆଜି ସଖାଳେ ଏହି ସମସ୍ୟା ବିଷୟରେ ଭବାନୀପାଟଣାର ଦୁଇ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ଙ୍କୁ ଫୋନରେ ଏହି ବିଷୟରେ ଜଣେଇଥିଲେ ।ସମାଜସେବୀମାନେ ପହଂଚି ପ୍ରଥମେ ବୃଦ୍ଧଙ୍କୁ ସଫା ସୁତୁରା କରି ନୂତନ ଡ୍ରେସ ପିନ୍ଧେଇଥିଲେ । କର୍ଲାଗୁଡା ସରପଞ୍ଚଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇ ଆଡମିଟ କରିଛନ୍ତି । ଏବେ ବୃଦ୍ଧ ଜଣକ ଠିକ ଥିବା ନେଇ ସୂଚନା ଦେଇଛନ୍ତି । ପରେ ଡ଼ିଏସଏସଓ ଙ୍କ ସହ ଯୋଗାଯୋଗ କରି ତାଙ୍କୁ କୌଣସି ଏକ ବୃଦ୍ଧାଶ୍ରମରେ ରଖିବାର ବ୍ୟବସ୍ଥା କରିବାକୁ ସରପଞ୍ଚ ଆଦିତ୍ୟ ନାଏକ ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସରପଞ୍ଚ ଆଦିତ୍ୟ ନାଏକଙ୍କ ସହ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.