କାଳେଶ୍ବର ମହାଦେବ ଓ ମାଁ କାଳୀ ବାଉଡିଙ୍କ ପଣାଢଳା ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡାଗୁଡା ପଞ୍ଚାୟତ ତଲା ଗାଁରେ ମାଝୀ ପରିବାରର ଗୁରୁ ତଥା ଇଷ୍ଟ ଦେବାଦେବୀ କାଳେଶ୍ଵର ମହାଦେବ ଓ ମାଁ କାଳୀ ବାଉଡିଙ୍କ ପାଟ ଯାତ୍ରା ବା ପଣା ଢଳା ଯାତ୍ରା ସମ୍ପନ୍ନ ହୋଇଯାଇଛି । ପ୍ରତି ପାଞ୍ଚ ବର୍ଷରେ ଥରେ ଏହି ଯାତ୍ରା ଆୟୋଜିତ ହୋଇଥାଏ । ଏହି ପଣା ଢଳା ଯାତ୍ରାରେ ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ଆବାହନ କରି ସ୍ଥାପିତ କରି ଦୁଇ ଦିନ ଧରି ପୂଜାର୍ଚ୍ଚନା କରାଯାଏ । ଦେବୀଙ୍କ ପୀଠ ପାର୍ଶ୍ୱରେ ମାଁ ପଞ୍ଚମୁଖି କାଳୀ, ମାନପୁରିଆଣି, କୁଣି ମାଝୀ ଓ ଗ୍ରାମର ଅନ୍ୟ ଦେବା ଦେବୀଙ୍କ କାଳିସୀ ଓ ଲାଠି ଏକତ୍ରିତ ହୋଇ ମାଁ କାଳୀ ବାଉଡିଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥାଏ । ମାଁଙ୍କ ମୁଖ୍ୟ ପୀଠସ୍ଥଳୀ ନବରଙ୍ଗପୁର ଜିଲ୍ଲା ଭେଜି ଗୁଡାରୁ ଲାଠି, କୁର୍ସୀ, କାଳିସୀ ଆସିଥାଏ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଚୈତ୍ର ଶୁକ୍ଳ ଦଶମୀରେ ହେଉଥିବା ଏହି ପଣା ଢଳା ଯାତ୍ରା ପ୍ରଥା ପରମ୍ପରା ଓ ପୂଜା ବିଧି ଅନୁସାରେ ଦଶ ଦିନରେ ନଗର ପରିକ୍ରମା କରି ଶୁଭ ଉଦଘାଟନ କରାଯାଇ ଥାଏ । ପଡୋଶୀ ଛତିଶଗଡ, ଜଗଦଳପୁର, ଦେଭୋଗ, ଅଂଚଳରୁ ମାନସିକ ଧାରୀ ମାନେ ଆସି ମାଁଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି । ପାର୍ଶ୍ଵ ଦେବା ଦେବୀଙ୍କୁ ପାରା, କୁକୁଡ଼ା, ବୋଦା ବଳି ଦେଉଥିବା ବେଳେ ମାଁ କାଳୀ ବାଉଡିଙ୍କୁ ଶୁକ୍ଳ ଭୋଗ ଅର୍ପଣ କରାଯାଇଥାଏ । ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ଦାନ ଓ ରୋଗ ଶଯ୍ୟା, ଭୁତ ପ୍ରେତ ଦାଉରୁ ମାଁ ରକ୍ଷା କରିବା ବିଶ୍ୱାସ ରହିଥିବା ଭକ୍ତ ମାନେ କୁହନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.