ନର୍ଲା ଜୟନ୍ତୀ ନଗର ପଡ଼ାରେ ବାବାସାହେବ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜୟନ୍ତୀ ନଗର ପଡ଼ାରେ ବିଶ୍ୱରତ୍ନ ଡ଼ଃ. ଭୀମ ରାଓ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜୟନ୍ତୀ ନଗର ପଡ଼ାର ଆମ୍ବେଦକର ମଞ୍ଚ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଆୟୋଜକ ଅଭୟ ନାଏକଙ୍କ ନେତୃତ୍ବ ଓ ଶୈଳ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏନେଇ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ସରପଞ୍ଚ ତନୁଜା ହରପାଲ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଗୌର ହରିଜନ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ଓ ତ୍ରିଲୋକ୍ୟ ହରିପାଲ ଯୋଗଦେଇ ଡ଼ଃ ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏଥିର ନର୍ଲା ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତି ଚାରଣ କରିଥିଲେ । ପରମାନନ୍ଦ ସେନାପତି ସଭା ପରିଚାଳନା କରିଥିବା ବେଳେ ପଦ୍ମରାମ ବାଗ, ଲଲିତ ସେନାପତି, ଭାରତ ସେନାପତି, ଝଲିଆ ଦୀପ ପ୍ରମୁଖ ସହଯୋଗ କରିଥିଲେ । ଠିକ ସେହିପରି ନର୍ଲା ବ୍ଲକର ତୁଲାପଡା, ରୁପ୍ରା, ଗାଡେବନ୍ଧ ଶାନ୍ତପୁର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.