ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଳାମୁଣ୍ଡା ବ୍ଲକ ଡୁଡୁକେଲ ଠାରେ ଚାଲିଥିବା ଷୋହଳ ପ୍ରହରୀ ନାମ ଯଜ୍ଞ ଆଜି (ସୋମବାର) ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି । ଗତ ଶୁକ୍ରବାର ଦିନ ଅଧିବାସ ଦିବସରେ କଳସ ଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଅଂଶ ଗ୍ରହଣ କରି ନଗର ପରିକ୍ରମା କରିଥିଲେ । ଶନିବାର ସକାଳ ୭ଟା ୩୦ରୁ ନାମ ଯଜ୍ଞ ଆରମ୍ଭ ହୋଇ ସୋମବାର ୭ଟା ୩୦ ରେ ଶେଷ ହୋଇଛି । ପ୍ରହରୀ ପରିଚାଳନା କମିଟି ସଭାପତି ଛବିଲାଲ ବଗର୍ତ୍ତୀ, ସଂପାଦକ ଅରବିନ୍ଦ ହଂସଙ୍କ ସମେତ ଧନିରାମ ଭାଟି, ସାଧୁ ରାମ ବଗର୍ତ୍ତୀ, ତିଲକ ରାମ ବଗର୍ତ୍ତୀ, ଦେବାର୍ଚ୍ଚନ ବଗର୍ତ୍ତୀ, ସିମାଞ୍ଚଲ ଭାଟି, ଭିଷ୍ମ ଭାଟି, ରଜିନ ଭାଟି ଓ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ଡୁଡୁକେଲ ଗ୍ରାମବାସୀ ସହଯୋଗ କରିଥିଲେ । ପ୍ରହରୀ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା ।