ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଲାପଡାର ସାଗରପଡା ଠାରେ ଗତ ରବିବାର ଠାରୁ ଶ୍ରୀରାମ ଜନ୍ମୋତ୍ସବ ଉପଲକ୍ଷେ ଚାଲିଆସୁଛି ରାମାୟଣ ପାରାୟଣ କାର୍ଯ୍ୟକ୍ରମ । ଗୁଣ ସାଗର ବାବାଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ କାର୍ଯ୍ୟକ୍ରମ ଚାଲିଆସୁଥିବା ବେଳେ ସୋନପୁରର ଋଷବ ବେଦବାକ ପାରାୟଣ କାର୍ଯ୍ୟକ୍ରମରେ ରାମ ଚରିତ ମାନସ ଓ ପ୍ରବଚନ କାର୍ଯ୍ୟକ୍ରମ କରୁଛନି । ଗତ ୧୦/୪ ଶ୍ରୀରାମ ନବମୀରୁ ଚାଲି ଆସୁଥିବା ଏହି କାର୍ଯ୍ୟକ୍ରମ ଆଜି (୧୮/୪) ଅପରାହ୍ନ ୫ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ପଡିବ ବୋଲି ଜଣାପଡିଛି । ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଏନେଇ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ସକାଳ ମଙ୍ଗଳ ଆଳତୀ ସାଙ୍ଗକୁ ବାଳ ଭୋଗ ଓ ଅର୍ଣ୍ଣ ଯଜ୍ଞର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କର୍ତ୍ତା ଭାବରେ ଆଦିକନ୍ଦ ନାୟକ ଓ ଶାନ୍ତିଲତା ନାୟକ ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି । ଆୟୋଜକ ଗୁଣସାଗର ବାବାଙ୍କ ସୁପୁତ୍ରୀ ସୀତୟା ମାତା ମୁଖ୍ୟ ପରିଚାଳନା ଦାଇତ୍ୱ ନିର୍ବାହନ କରୁଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସାରୋଜିନୀ ସାହୁ, ମୋହନ ସାହୁ, ଗୋବିନ୍ଦ ଭୋଇ ରାମପ୍ରସାଦ ସାହୁ, ସୁକା ଭୋଇ, ଶଶୀଦେବ ବଗର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ତୁଲାପଡା ବସ୍ତିରେ ଗତ ୨୮ ବର୍ଷ ଧରି କାର୍ଯ୍ୟକ୍ରମ ଚାଲିଥିଲା । ସାଗର ପଡାରେ ଚଳିତ ବର୍ଷ ପ୍ରଥମ କରି ନୂତନ ଭାବରେ ତୁଳସୀ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।