ଲାଞ୍ଜିଗଡରୋଡ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡରୋଡ ପଞ୍ଚାୟତ କାର୍ଯ୍ୟାଳୟଠାରେ ଭବାନୀପାଟଣାସ୍ଥିତ ଶ୍ରୀ ଜଗନ୍ନାଥ ନେତ୍ରାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡରୋଡ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ହସ୍ପିଟାଲ ମ୍ୟାନେଜର ଦେବାଶିଷ ଦାସ, ଡାକ୍ତର ସତ୍ୟପ୍ରକାଶ, ଚକ୍ଷୁ ବିଶେଷଜ୍ଞ ବେଦବ୍ୟାସ, ସହଯୋଗୀ ଚତୁର୍ଥୀ, ଖଞ୍ଜନେତ୍ରୀ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦେଇଥିଲେ । ଶିବିର ଆୟୋଜନରେ ସୁରେଶ ବାଗ ଓ ସନ୍ତୋଷ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ପଞ୍ଚାୟତ ଅଞ୍ଚଳର ୬୯ଜଣ ବୃଦ୍ଧବୃଦ୍ଧା ତଥା ସାଧାରଣ ଲୋକେ ନିଜର ଆଖି ପରୀକ୍ଷା କରାଇଥିବାବେଳେ ସେଥିମଧ୍ୟରୁ ୨୬ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ ହୋଇଥିଲେ । ଯେଉଁ ରୋଗୀମାନେ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଶ୍ରୀ ଜଗନ୍ନାଥ ନେତ୍ରାଳୟ ତରଫରୁ ମାଗଣାରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.