ଏନଏସବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଗଞ୍ଜାମ ଜିଲ୍ଲା ନୂଆପଡା ସ୍ଥିତ ଏନଏସବି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଆକୁଳାନନ୍ଦ ପାଢ଼ୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଜାପନୀ ସମାରୋହରେ ଇତିହାସ ବିଭାଗର ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ସଭାରେ ମହିଳା ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ରଶ୍ମିରେଖା ବେହୁରା, ଅଧ୍ୟାପିକା ସୁଚିତ୍ରା ମହାନ୍ତି ଓ ଅଧ୍ୟାପକ ସ୍ମୃତିରଞ୍ଜନ ଜେନା ମଞ୍ଚାସୀନ ହୋଇଥିଲେ । ଖେମୁଣ୍ଡି ମହାବିଦ୍ୟାଳୟର ଶୁଶ୍ରୀ ଭାରତୀ ସାହୁ ଓ ଶୁଶ୍ରୀ ପୂଜା ମହାରଣା ପ୍ରଶିକ୍ଷିକା ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ । ବର୍ତ୍ତମାନର ପରିସ୍ଥିତିରେ ଛାତ୍ରୀମାନେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଆତ୍ମସୁରକ୍ଷାର ବିବିଧ କୌଶଳ ଆହରଣ କରିବା ଏକାନ୍ତ ଆବଶ୍ୟକ ବୋଲି ମଞ୍ଚାସୀନ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ନିରଞ୍ଜନ ବେହେରା, ଇତିହାସ ଅଧ୍ୟାପକ ସରୋଜ କୁମାର ଦାସ, ଶିକ୍ଷା ଅଧ୍ୟାପକ ଦିଲିପ କୁମାର ବେହେରା, ଅଧ୍ୟାପକ ଡକ୍ଟର ସୁଦର୍ଶନ ପଟ୍ଟନାୟକ, ପ୍ରତିପାଦକ ରାମକୃଷ୍ଣ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପରମଗୁରୁ, ସୁରେଶ ଚନ୍ଦ୍ର ସାହୁ, ସୁଦାମ ବାଡତ୍ୟା, ବସନ୍ତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.