ପାକିସ୍ତାନରେ ଶିକ୍ଷା ନେଇ ଭାରତ ସରକାରଙ୍କ କଠୋର ଆଭିମୁଖ୍ୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି କଡ଼ା ଚେତାବନୀ ଦେଲା ଭାରତ ।  ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ମିଳିତ ଭାବେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ସେହିପରି ଯେଉଁ ପ୍ରବାସୀ ଭାରତୀୟ ଓ ସେମାନଙ୍କର ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଛନ୍ତି ଗୃହ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା ପରେ ହିଁ ସେମାନେ ଭାରତରେ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି । ପାକ୍ ଅଧିକୃତ କାଶ୍ମୀରରେ ଥିବା ଇନ୍ଷ୍ଟିଚ୍ୟୁଟରେ ପାଠପଢ଼ା ନେଇ ୨୦୧୯ ମସିହାରେ ୟୁଜିସି ଆଡଭାଇଜରି ଜାରି କରିଥିଲା । ତେବେ ପାକିସ୍ତାନର କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ପାଠପଢ଼ା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି ଯାଇଥିବା ବେଳେ ବର୍ତ୍ତମାନ ଜାରି ହୋଇଥିବା ଆଡଭାଇଜରିର ପ୍ରଭାବ ଆହୁରି ଅଧିକ ପଡ଼ିବ ବୋଲି ଜଣାପଡ଼ିଛି । ହଠାତ୍ ପାକିସ୍ତାନ ପ୍ରତି ଭାରତର ଏଭଳି କଡ଼ା ଆଭିମୁଖ୍ୟର କାରଣ ଜଣାପଡ଼ି ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.