India vs South Africa T20 series || ଭେନ୍ୟୁ ଘୋଷଣା କଲା ବିସିସିଆଇ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ‌ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ । ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪ (ଭାଇଜାଗ) । ଚତୁର୍ଥ ଟି୨୦: ୧୭ଜୁନ (ରାଜକୋଟ) ଓ ୫ମ ଟି୨୦ ଜୁନ ୧୯ରେ ବାଙ୍ଗାଲୋରରେ ଖେଳାଯିବ । ଦୀର୍ଘ ଦିନ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଆନ୍ତର୍ଜାତୀୟ ମ୍ୟାଚ ଫେରୁଥିବାରୁ କ୍ରିକେଟପ୍ରେମୀ ଉତ୍ସାହିତ ହୋଇ ପଡିଛନ୍ତି । ଭାରତ ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.