ଚକାମାଳ ଗାଁରେ ମଣ୍ଡି ଯାତ୍ରା : ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ଗ୍ରାମୀଣ ପରମ୍ପରା ଅନୁସାରେ ପ୍ରଚଳିତ ମଣ୍ଡି ଯାତ୍ରା ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚକାମାଲ ଗାଁ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଯାତ୍ରାରେ ଅଞ୍ଚଳରେ ପୂଜା ପାଉଥିବା ଆରାଧ୍ୟା ଦେବୀ ମାନେ ନିମନ୍ତ୍ରୀତ ହୋଇ ପୂଜା ପାଇଥିଲେ । ତେବେ ତେବେ କେଉଁ ଏକ ଆବାହମାନ କାଳରୁ ଆଜି ପର୍ଯ୍ୟନ୍ତ ଚଳି ଆସୁଥିବା ଏହି ପର୍ବରେ ଅଞ୍ଚଳର ପ୍ରଖ୍ୟାତ ଦେବୀମାନଙ୍କର ବନ୍ଦନାରେ ଗାଁ ଲୋକ ସହ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ୍ ହୋଇ ଦେବୀଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ ।

ମଣ୍ଡି ର ପୂର୍ବଦିନ ଗ୍ରାମ୍ୟ ଦେବୀଙ୍କ ଆବାହନ କରାଯାଇ ଥିଲା, ଏହାପରେ ପରଦିନ ସକାଳରୁ ପାନାବେଡ଼ା ଅଞ୍ଚଳର ପ୍ରଖ୍ୟାତ ଦେବୀମାନେ ଯୋଗଦେଇ ଲାଠି ବିମାନ ବା ପାଲିଙ୍କିରେ ବିଜେ କରି ନଗର ପରିକ୍ରମା କରିଥିଲେ । ଯାତ୍ରାରେ ଦୋକାନ ବଜାର ଖୋଲା ରହି ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରୀ ହେବାର ଦେଖିବାକୁ ମିଳିଥିଲା । ତେବେ ପୂଜାରେ ଗାଁ ଶ୍ରୀ ପୂଜାରୀ ମଧୁରାମ ପୂଜାରୀ ଦେବୀଙ୍କ ସହ ପାଲିଙ୍କିରେ ବିଜେ କରି ନଗର ପରିକ୍ରମା କରିଥିଲେ । ଗାଁର ମହିଳାମାନେ ଉକ୍ତ ଯାତ୍ରାରେ ସାମିଲ ହୋଇ ହୁଳହୁଳି ଶବ୍ଦରେ ଚତୁର୍ଦ୍ଦିଗ କମ୍ପାଇ ଦେଇଥିଲେ । ଉକ୍ତ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦର୍ଶକଙ୍କୁ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହି ଯାତ୍ରାରେ ଅନକାବେଡାର ପେଣ୍ଡ୍ରାଣୀ, ତେନ୍ତୁଳି ପଡାର ଖଲିଗଡେନ, ବଇଦ ପଡାର ବଇଦ ପରେନ, ପାଟଖଲିଆର ପାଟେନ, ମୋତିଗାଁର ଖମ୍ବେଶ୍ବରୀ ଙ୍କ ସମେତ ଅଞ୍ଚଳର ବହୁ ଦେବା ଦେବୀ ଅବତୀର୍ଣ୍ଣ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.