ବଲାଙ୍ଗୀର,୧୭/୧୧: ଏକ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୁଲିସ ଧରିବାରେ ସଫଳ ହୋଇଛି।ଅନେକ ବ୍ୟାଙ୍କ ଲୁଟ ମାମଲାରେ ସମ୍ପୃକ୍ତି ଥିବା ଏହି ୩ଜଣ ଲୁଟେରା ବଲାଙ୍ଗିରର ଏକ ବ୍ୟାଙ୍କ ଏବଂ ଜୁଏଲେରୀ ଦୋକାନରୁ ଲୁଟ କରିବା ପାଇଁ ଯୋଜନାରେ ଥିଲେ। ଗିରଫଙ୍କ ମଧ୍ୟରେ ଝାଡ଼ଖଣ୍ଡ ସାହେବଗଞ୍ଜ ଜିଲ୍ଲାର ମୋତି ଉରଶେଖ, ମିଥୁନ ଓରଫ କମରୁଦ ଜମାଲ, ସାହିଦ ଓରଫ ସାୟେଦ ଶେଖ ରହିଛନ୍ତି। ୬ଜଣ ବ୍ୟକ୍ତି ଡକାୟତି କରିବା ପାଇଁ ଯୋଜନା କରୁଥିବା କୌଣସି ସୂତ୍ରରୁ ଟାଉନ ଥାନା ପୁଲିସ ଖବର ପାଇଥିଲା। ଏହାପରେ ପୁଲିସ ତୁରନ୍ତ ଚଢ଼ାଉ କରି ସ୍ଥାନୀୟ ମଦନ ଗୁଡ଼ିଆ ବଗିଚା ନିକଟରୁ ଏମାନଙ୍କୁ ଗିରଫ କରିଥିଲା। ଜେରା ବେଳେ ତିନି ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଥିବା ଏସଡ଼ିପିଓ କ୍ଷୀର ସାଗର ନାଏକ କହିଛନ୍ତି।