ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୁଇଟି ବାଇକରେ ୪ ଜଣ ଯୁବକ ବିଦେଶୀ ମଦ ନେଇ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଜାତୀୟ ରାଜପଥ ୨୬ ପେଟ୍ରୋଲ ପମ୍ପ ନିକଟରେ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ୨ ଜଣ ଯୁବକ ସହ ଏକ ବାଇକ ଜବତ କରିଥିବା ବେଳେ ଅନ୍ୟ ଏକ ବାଇକ ସହ ଦୁଇ ଯୁବକ ଚମ୍ପଟ ମାରିଥିବା ଜଣାପଡିଛି। କୋକସରା ପୋଲିସ ୨ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। କଲମପୁର ବ୍ଲକ ମଣ୍ଡଳ ଠାରେ ଥିବା ବିଦେଶୀ ମଦ ଦୋକାନରୁ କୋକସରା ଅଞ୍ଚଳର ଏକ ଢ଼ାବାକୁ ବିଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିବା ସୁଚନା ମିଲିଛି। ଗିରଫ ଦୁଇ ଜଣ ହେଉଛନ୍ତି ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ଚନ୍ଦନ କୁମାର ଗୁପ୍ତା ଓ ଓମ ପ୍ରକାଶ ଗୁପ୍ତା। ଗିରଫ ଦୁଇଜଣ ମଣ୍ଡଳ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି। କୋକସରା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଜନ୍ମେଜୟ ବାଗ ସୁଚନା ଦେଇଛନ୍ତି।