ଆଝାରୁଦ୍ଦିନଙ୍କ ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଚଳିତ କାଂଉଟି କ୍ରିକେଟରେ ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ଡରହାମ ବିପକ୍ଷରେ ୩୩୪ ବଲରେ ଆକର୍ଷଣୀୟ ୨୦୩ ରନ ସଂଗ୍ରହ କରିଥିଲେ । ଚଳିତ ସିଜନରେ ଏହା ତାଙ୍କର ଦ୍ୱିତୀୟ ଦ୍ୱିଶତକ । ୧୯୯୧ ଓ ୧୯୯୪ରେ ଆଝାରୁଦ୍ଦିନ କାଂଉଟି କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ୨ଟି ଦ୍ୱିଶତକ ହାସଲ କରିଥିଲେ । ସେ ଲିଷେଷ୍ଟାୟର ଓ ଡରହାମ ପକ୍ଷରୁ ଖେଳି ଏହି କୀର୍ତିମାନ ସ୍ଥାପନ କରିଥିଲେ । ପୂଜାରା ଚଳିତ ସିଜନରେ ଏ ପର୍ଯ୍ୟନ୍ତ ୫ଟି ଇନିଂସ ଖେଳି ୬, ୨୦୧ ନଟଆଉଟ, ୧୦୯, ୧୨ ଓ ୨୦୩ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.