ଶ୍ରମ ଦିବସରେ ଶ୍ରମ ବିଭାଗ ପାଳୁଛି ସମାରୋହ ଏପଟେ କାର୍ଯ୍ୟାଳୟ ପରିସରରେ ଟାଣ ଖରାରେ କାମ କରୁଛନ୍ତି ଶ୍ରମିକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ଥିଲା ମେ ଡେ ତଥା ଆନ୍ତର୍ଜାତୀୟ ଶ୍ରମ ଦିବସ । ଯାହାକୁ ନେଇ ରାୟଗଡା ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ନଗର ଭବନ ଠାରେ ମହାସମାରୋହରେ ଜିଲ୍ଳାସ୍ତରୀୟ ସମାରୋହ ପାଳନ କରାଯାଉଥିଲା । ତେବେ ଟାଣ ଖରାରେ ପୂର୍ବାହ୍ନ ୧୧ଟା ବେଳେ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ପରିସରରେ ନିର୍ମାଣଧୀନ କୋଠା ଘର ପାଇଁ କାମ କରୁଥିଲେ ୧୦ରୁ ଉର୍ଦ୍ଧ ଶ୍ରମିକ । ତେବେ ଶ୍ରମ ଦିବସରେ କାମ ନ କରି ଛୁଟିରେ ରହିବା ପାଇଁ କୈାଣସି ପ୍ରକାର ସରକାରୀ ନିୟମ ନ ଥିଲେ ମଧ୍ୟ ଶ୍ରମିକମାନଙ୍କ ଦିବସ ହେତୁ ରାୟଗଡାରେ ଥିବା ସମସ୍ତ ରାଜମିସ୍ତ୍ରୀମାନେ ଶ୍ରମିକମାନଙ୍କୁ ଛୁଟି ଦେଇଥାନ୍ତି । ତେବେ ରାୟଗଡା ଶ୍ରମ କାର୍ଯ୍ୟାଳୟରେ କିନ୍ତୁ ଚାଲିଥିବା କାର୍ଯ୍ୟରେ ଆଜି ଭଳି ଦିନରେ ମଧ୍ୟ ଶ୍ରମିକଙ୍କୁ ଛୁଟି ଖଣ୍ଡିଏ ଦିଆଯାଉ ନାହିଁ ତାହା ବିଡମ୍ବନାର ବିଷୟ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

ଏ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗଯୋଗ କରିବାରୁ ଆମେ ସମାରୋହ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛୁ ପରେ ସେ କଥା ବୁଝିବା ବୋଲି ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା । ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଳା ପ୍ରଶାସନର ମୁଖ୍ୟ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାର ଓ ସରକାରୀ ସହାୟତା ବିଷୟରେ ବିସ୍ତୃତ ଭାବେ ଅବଗତ କରାଉଥିବା ବେଳେ ଗରୀବ ଶ୍ରମିକ ମାନେ ନିଜ ଅଧିକାର ଓ ଆଜି ଦିନର ମହତ୍ୱକୁ ବୁଝି ନ ପାରି ପୁଣି ଟାଣ ଖରାରେ ଖଟୁଛନ୍ତି ଶ୍ରମିକ ତାହା ପୁଣି ଖୋଦ୍ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ପରିସରରେ । ଖୋଦ୍ ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନରୁ ଅପରାହ୍ନ ମଧ୍ୟରେ ଶ୍ରମିକମାନେ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଖୁଲମଖୁଲା ଅବମାନନା କରୁଛନ୍ତି ରାୟଗଡା ଜିଲ୍ଳା ଶ୍ରମ ବିଭାଗ ବୋଲି ଜଣାପଡୁଛି । ତେବେ ଶ୍ରମିକମାନେ ଟାଣ ଖରାରେ କାମ କରୁଥିବା ଦୃଶ୍ୟକୁ ଗଣମାଧ୍ୟମ ପ୍ରତିନିଧିମାନେ ଉତୋଳନ କରୁଥିବାରୁ ସେଠାରେ ଉପସ୍ଥିତ କିଛି ଲୋକେ ଶ୍ରମିକମାନଙ୍କ କାମ ବନ୍ଦ କରିଦେଇଥିବାର ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.