୧୦୮୯ କେଜି ଗଞ୍ଜେଇ ଜବତ କଲା ପଦ୍ମପୁର ଥାନା ପୋଲିସ

ଜଣେ ଗରିଫ, ବୋଲେରୋ ଗାଡି ଜବତ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପଦ୍ମପୁର ଥାନା ପୋଲିସକୁ ମିଳିଛି ସଫଳତା । ୧୦୮୯କେଜିର ଗଂଜେଇ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଏ ନେଇ ରାୟଗଡା ଜିଲ୍ଳା ପୋଲିସ ହେଡକ୍ୱାଟର୍ସରୁ ମିଳିଥିବା ପ୍ରେସ୍ ବିବୃତି ପ୍ରକାରେ ପଦ୍ମପୁର ଥାନା ଅନ୍ତର୍ଗତ ମାରଡିଗୁଡା ଗ୍ରାମ ନିକଟରେ ଜଣେ ଅଭିଯୁକ୍ତ ଏକ ବୋଲେରୋ (ଓଡି ୦୭ ଏଚ ୬୧୧୨)ଗାଡି ଯୋଗେ ୨୩ଟି ବସ୍ତାରେ ଗଂଜେଇ ଭର୍ତ୍ତି କରି ରାୟଗଡା ଅଂଚଳରେ ବିକ୍ରି ଓ ପରିବହନ ପାଇଁ ଡିଲ୍ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲେ । ସେଠାରେ ଅଭିଯୁକ୍ତକକୁ ଗିରଫ କରିବା ସହ ଗଂଜେଇ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ବୋଲେରୋ ଓ ୨୩ବସ୍ତା ଗଂଜେଇକୁ ଜବତ କରିଥିଲେ ।

ପରେ ୨୩ଟି ବସ୍ତାକୁ ଓଜନ କରାଯିବା ପରେ ୧୦୮୯ କେଜିର ଗଂଜେଇ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଯାହାର ବଜାରରେ ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଦୁର୍ଗମ ଅଂଚଳରେ ଥିବା ଗ୍ରାମଗୁଡିକରୁ ଗଂଜେଇ ସଂଗ୍ରହ କରି ଚଢାଦରରେ ବିକ୍ରି କରିଥାଏ ।

ରାୟଗଡା ଜିଲ୍ଳାରେ ଅବାଧ ଗଂଜେଇ ଚୋରାଚାଲାଣକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଜିଲ୍ଳାର ସମସ୍ତ ପୋଲିସ ଥାନାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.