ଅନ୍ତ ଜିଲ୍ଲା ମୋଟର ସାଇକେଲ ଓ ଚାରି ଚକିଆ ଯାନ ଚୋର ରେକେଟ୍ ଠାବ

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ପୋଲିସ ଦ୍ୱାରା ଏକ ଆନ୍ତଜିଲ୍ଲା ମୋଟରସାଇକେଲ ଓ ଚାରି ଚକିଆ ଯାନ ଚୋରୀ ରେକେଟ ଠାବ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ଆଇପିଏସ ଅଭିନବ ଶୋନଙ୍କର ପ୍ରକାଶ କରିଛନ୍ତି। ଏହି ଘଟଣାରେ ୬ ଲୁଟେରା ଓ ୫ ସ୍କାରପ ବ୍ୟବସାୟୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଲୁଟେରା ମାନେ ହେଲେ ଭବାନୀପାଟଣା ସଦର ଥାନାର ଗଜେନ୍ଦ୍ର କୁମାର, ଭବାନୀପାଟଣା ଶକ୍ତି ନଗର ପଡାର କିତା ମାଝୀ ଏଲିଆସ କେତନ, ଭବାନୀପାଟଣା ସଦର ପୋଲିସ ଥାନା ଗୁଗୁରପଲାର ଟଂକଧର ବିଶି, ଭବାନୀପାଟଣା ସଦର ଥାନା ଅମଠା ଗାଁର ନେପାଳ ମାଝୀ, କୁସୁମଖୁଣ୍ଟିର ବିକ୍ରମ ମାଝୀ ଓ ଗୁଗୁରପଳାର କୁଶ ନାଏକ।ସେହିଭଳି ଏମାନଙ୍କ ଠାରୁ କିଣିଥିବା ବଲାଙ୍ଗୀର ଚନ୍ଦନଭାଟିର କବାଡି ବ୍ୟବସାୟୀ ବିଶ୍ୱଜିତ ରୋହିଦାସ, ଭବାନୀପାଟଣା ଇରିଗେସନ କଲୋନୀର ଶମ୍ଭୁ ଦୁର୍ଗା, ଇରିଗେସନ କଲୋନୀର ସୁରେନ୍ଦ୍ର ମେହେର ଓ ଅରସଦ ଅହମଦ, ବଲାଙ୍ଗୀର ଫସଦ ଗାଁର ଏମ ଡି ଇବ୍ରାନ ଖାଁ।କବାଡି ବ୍ୟବସାୟୀ ଦ୍ୱାରା ନିୟନ୍ତ୍ରଣରେ ଚାଲୁଥିବା ଏହି ରେକେଟର ପର୍ଦାଫାସ କଳାହାଣ୍ଡି ପୋଲିସକୁ ବେଶ ସଫଳତା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଘଟଣା ରେ ୧୦ ଟି ଚୋରା ବାଇକ, ଗୋଟିଏ ବୋଲେରୋ, ଗୋଟିଏ ମେକ୍ସ, ଟାୟାର ଓ ଡିସ୍କ ମେକ୍ସ ଗାଡିର ଆଦି ଉଦ୍ଧାର କରିଥିବାବେଳେ ତାଙ୍କ ଠାରୁ ୪ ଗୋଟି ଦାମୀ ମୋବାଇଲ, ଲୁହା କଟିଙ୍ଗ ମେସିନ, ଲୁଟ ପାଇଁ ବ୍ୟବହାର ହେଉଥିବା ଆଇରନ ରଡ଼, ପାଇପ, ଖଣ୍ଡା ଆଦି ପୋଲିସ ଜବତ କରିଛି। ଏବେବି ଏହି ଘଟଣାରେ ୨ ଜଣ ଫେରାର ଥିବା ଏବଂ ସେମାନଙ୍କ ଖୋଜା ଚାଲିଥିବା ପୋଲିସ କହିଛି।

Udyog Nursery
Udyogi Nursery

ପ୍ରକାଶ ଯେ, ଉତ୍କେଲା ଫାଣ୍ଡି ଏଏସଆଇ ପ୍ରେମ ରଞ୍ଜନ କହଁର ରାତିରେ ଉତ୍କେଲା ଅଞ୍ଚଳରେ ପେଟ୍ରୋଲିଂ କରୁଥିବାବେଳେ ସେଠିକାର ବ୍ୟାଙ୍କ କିମ୍ବା ନିକଟରେ ଥିବା ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ଖବର ପାଇ ଚଢ଼ାଉ କରିଥିଲେ। ସେମାନଙ୍କୁ ତଦନ୍ତ କରୁ କରୁ ଏହି ଗ୍ୟାଙ୍ଗର ପର୍ଦାଫାସ ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ବଦଳି ହୋଇଯାଇଥିବା ଏସପି ଶ୍ରବଣା ବିବେକ ଏମଙ୍କ ନିର୍ଦେଶରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ, ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା, ଉତ୍କେଲା ଏଏସଆଇ ପ୍ରେମ ରଞ୍ଜନ କହଁର ଓ ଗୋଳମୁଣ୍ଡା  ଆଇଆଇସି ମନୋରଞ୍ଜନ କୁମ୍ଭାରଙ୍କୁ ନେଇ ଏକ ଟିମ ହୋଇଥିଲା। ପୋଲିସ ତଦନ୍ତ ଜରୁ କରୁ ଏହି ବଡ଼ ରେକେଟ ଜଣାପଡିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.