ବିନା କାରବାରରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ : ଅନ୍ତରାଷ୍ଟ୍ରିୟ ଲୁଟେରା ସଂଦେହ

 

କଳାହାଣ୍ଡି,୧୭/୧୧:
ଜଣେ ବ୍ୟାଙ୍କ ଗ୍ରାହକଙ୍କ ଜମା ଖାତାରୁ ବିନା ବାରବାରରେ କ୍ରମାଗତ ଭାବେ ୨୯ ଥର ଟଙ୍କା କଟିଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାହକ ଜଣକ ବ୍ୟାଙ୍କ ପର୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡର ଶିକ୍ଷା ସହାୟକ ଅମିତ କୁମାର ଶର୍ମା ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ନିୟମିତ ଗ୍ରାହକ । ତାଙ୍କ ଜମାଖାତାରେ ୧୦,୭୦୦ ଟଙ୍କା ଜମାଥିଲା । ୧୬ ତାରିଖ ରାତିରେ ଅମିତଙ୍କ ଜମାଖାତାରୁ କ୍ରମାଗତ ଭାବେ ୩୪୯ ଟଙ୍କା ହିସାବରେ ୨୯ଥର କଟିଥିବା ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା ଓ ପରିଶେଷରେ ମାତ୍ର ୨୨୨ ଟଙ୍କା ରହିଥିଲା । ସେ କୌଣସୀ ଅନ୍ ଲାଇନ୍ କାରବାର କରିନଥିବାରୁ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତାଙ୍କ ପାଖରେ ଡେବିଟ୍ କାର୍ଡ ଥିବାବେଲେ କିଏ ଜଣେ ଏହି ଟଙ୍କା ଉଠାଣ କରିଥିବାରୁ ଏହା ଏକ ଅନ୍ତରାଷ୍ଟ୍ରିୟ ଠକେଇ ହୋଇପାରେ ବୋଲି ସଂଦେହ ପ୍ରକାଶ ପାଉଛି । ଜଣେ ଶିକ୍ଷା ସହାୟକ ମାସିକ ସ୍ବଲ୍ପ ଦରମାରେ ପରିବାର ପ୍ରତିପୋଷଣ କରୁଥିବାବେଳେ ଏପରି ଟଙ୍କା ଗାଏବ ହେବା ତାଙ୍କୁ ବିଚଳିତ କରିଛି । ତେଣୁ ତାଙ୍କ ଟଙ୍କା ଫେରିପାଇବା ଦିଗରେ ବ୍ୟାଙ୍କ କର୍ତୁପକ୍ଷ ସହଯୋଗ କରିବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି । ଏହି ଘଟଣାପରେ ରୁପ୍ରାରୋଡ ସମେତ ଜିଲ୍ଲାର ବ୍ୟାଙ୍କ ଗ୍ରାହକ ମାନଙ୍କ ମନରେ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.