ବୁଲି ଦେଖିଚ କି କେବେ ଏ ସହର
ଢୁଳେଇ ପଡିଥାଏ ଯେବେ ନିଅନ୍ ଆଲୁଅ, କଡ଼ ଲେଉଟାଉଥାଏ ସମୟ
ଶୋଇରହିଥାନ୍ତି ଗଛବୃଚ୍ଛ କୋଠା
ହେଲେ ସହର ଆଖିରେ କେବେ ଦେଖିଚକି ନିଦ?
ବିଚରା ଚେଇଁ ରହିଥାଏ
ଫୁଟପାଥରେ ଖାଲିପେଟରେ ନିଦ ନୁରୁଥିବା ଭିକାରୀ ଆଖିରେ
ରାଏତ୍ ବିକାଲ୍ ଆଖିରେ ପାଣି ମାରି ପାଠ ଘୋଷୁଥିବା ଷ୍ଟୁଡେଣ୍ଟ ଆଖିରେ
ପାନ ଦୋକାନ ଡୁକୁ ଚେପାରେ ଦୁଷ୍କର୍ମର ଶିକାର ବାଇରୀ ଆଖିରେ
ଦଗାଦିଆ ପ୍ରେମିକାକୁ ଝୁରୁଥିବା ଆଶିକ୍ ଆଖିରେ
ପରଦେଶୀ ବନ୍ଧୁର ଅପେକ୍ଷାରେ ଥିବା ପ୍ରେୟସୀ ଆଖିରେ
ଭାବନାକୁ କାଗଜରେ ଉତାରିବାକୁ ବାରମ୍ବାର ବିଫଳ ଲେଖକ ଆଖିରେ
ଆଖିରେ ତାର ସହସ୍ର ଘଡ଼ିର ଅନିଦ୍ରା
ତଥାପି ଶୋଇବାର ଅଭିନୟ କରେ
ଚୁପଚାପ, ନିରବ, ନିଶ୍ଚଳ
ବିଚରା ସହରର ଆଉ ଚାରା କଣ ଯେ!
ସହର କଣ ମଦ ପିଏ?
କେଜାଣି, ମୁଁ ଜାଣିନି
ତମେ ଇନକ୍ୱାରି କରି କହ
ବିଚରା ବହୁତ ଦିନରୁ ଶୋଇନି
ନିଶା ଟିକେ ହେଲେ ଦିଅ।
writersudhir@gmail.com
MHSS, Sunsunia, Nuapada