ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସାମାଜିକ ସୁରକ୍ଷା ପାଇଁ ସରକାର ବିଧବା, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ମାସିକ ଭତ୍ତା ଯୋଗାଇ ଆସୁଛନ୍ତି। ତେବେ ଏହି ନିରିହ ବ୍ୟକ୍ତିମାନଙ୍କ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗରେ କେସିଙ୍ଗା ବ୍ଲକର ୮ଜଣ ସରକାରୀ କର୍ମଚାରୀଙ୍କୁ କଳାହାଣ୍ଡି ଭିଜିଲାନ୍ସ ରିପୋର୍ଟ ମାଗିଥିବାରୁ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଉଛି। ପ୍ରାପ୍ତ ସୂଚନା ଆଧାରରେ, ୨୦୧୯-୨୦ ଆର୍ଥିକ ମସିହାରେ ସିର୍ଜାପାଲି ଗ୍ରାମ ପଞ୍ଚାୟତର ପିଇଓ ଭତ୍ତା ବାଣ୍ଟିବା ପାଇଁ ବ୍ଲକ ଠାରୁ ୩୫ଲକ୍ଷ ୨୨ହଜାର୨୦୦ ଟଙ୍କା ନେଇଥିଲେ।ଆଜକୁ ୩ବର୍ଷ ବିତିଯାଇଥିଲେ ମଧ୍ୟ ସେ ହିସାବ ଦେଇ ନଥିଲେ। ଅଡିଟ ରିପୋର୍ଟ ମୁତାବକ ଉକ୍ତ କର୍ମଚାରୀଙ୍କ ନାମରେ ୩୫ଲକ୍ଷ ୨୨ହାଜର ୨୦୦ ହିସାବ ଠିକ ନ ଥିବାରୁ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ରିପୋର୍ଟ ମାଗାଯାଇ ଥିବା ଜଣା ପଡ଼ିଛି। ଏହି ବ୍ଲକର ୪୪ଜଣ କର୍ମଚାରୀଙ୍କ ବିରୋଧରେ ଅଡିଟ ରିପୋର୍ଟରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ହୋଇଛି। ୨ କୋଟି ୮୪ଲକ୍ଷ ୩୬ହାଜର ୮ଶହ ଟଙ୍କା ଭତ୍ତା ବାବଦକୁ କେତେକ କର୍ମଚାରୀ, ଏବଂ ଜିଆରଏସ ମାନେ ଅଗ୍ରୀମ ନେଇ ଆଜି ଯାଏ ହିସାବ ଦେଇ ନ ଥିବାରୁ ଅଭିଯୋଗ ହୋଇଛି। ତେବେ ୮ଜଣ କର୍ମଚାରୀ ମୋଟା ଅଙ୍କର ଅର୍ଥ ହଡ଼ପ କରିଥିବାରୁ କେସିଙ୍ଗା ବ୍ଲକକୁ ରିପୋର୍ଟ ମାଗିଛନ୍ତି କଳାହାଣ୍ଡି ଭିଜିଲାନ୍ସ।