୩ ମଦ୍ୟପ ଡ୍ରାଇଭର ପଡିଲେ ଧରା, ଗ୍ରହଣ କରାଯିବ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ

କେସିଙ୍ଗାରେ ଗାଡି ମୋଟର ଯାଞ୍ଚ କଡାକଡି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସରକାରଙ୍କ ଦ୍ଵାରା ପ୍ରଣୀତ ନିୟମ କାନୁନକୁ ଅନୁସରଣ କରି ଗାଡି ଚାଳନା କଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ସୁରକ୍ଷିତ ରହି ପାରିବେ। ଏହାକୁ ସୁନିଶ୍ଚିତ କରିବାସହ ଦୂର୍ଘଟଣା ରୋକିବା ପାଇଁ କଳାହାଣ୍ଡି ପରିବହନ ବିଭାଗ, ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି କ୍ରମରେ କେସିଙ୍ଗା ସହରର ବୋରିଂପଦର ଛକରେ ପୋଲିସ – ଏମଭିଆଇ ଚେକିଂ କରାଯାଇଥିଲା। ଏଥିରେ ମୂଖ୍ୟତଃ ହେଲମେଟ, ମଦ ପିଇ ଗାଡ଼ି ଚଳାଇବା, ବାଇକରେ ତିନି ଜଣ ବସିବା, ଅଧିକ ବେଗରେ ଗାଡ଼ି ଚଳାଇବା, ଚାଳକ ପ୍ରମାଣପତ୍ର ବିନା ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥାହେବା, ଅପ୍ରାପ୍ତ ବୟସ୍କମାନେ ଗାଡ଼ି ଚଳାଇବା ଆଦି କଡାକଡି ଭାବେ ଯାଞ୍ଚ କରାଯାଇଥିଲା।କେସିଙ୍ଗା ପୋଲିସ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ତତ୍ୱାବଧାନରେ ହୋଇଥିବା ଏହି ଚେକିଂରେ ଅମାନିଆ ଗାଡି ଚାଳକ ମାନଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିଲା। ଏହାସହ ମଦପିଇ ଗାଡି ଚଲାଉଥିବା ୩ଜଣ ଡ୍ରାଇଭରଙ୍କୁ ଧରା ଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେସିଙ୍ଗା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.