ମା ମଝିଘରିଆଣୀ ମନ୍ଦିର ନୂତନ ଅଧୀକ୍ଷକଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ନୂତନ ଅଧୀକ୍ଷକ ଭାବେ ଜାନକୀବଲ୍ଳଭ ମହାନ୍ତି ଗତକାଲି ଠାରୁ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଏଣ୍ଡୋମେଂଟ କମିଶନର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟ ଦକ୍ଷତା ଓ କର୍ତବ୍ୟ ପରାୟଣତାକୁ ଦୃଷ୍ଟିରେ ରଖି ଏଣ୍ଡୋମେଂଟ କମିଶନ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ମା ମଝିଘରିଆଣୀ ମନ୍ଦିରର ନୂତନ ଅଧୀକ୍ଷକ ଭାବେ ନିଯୁକ୍ତି କରାଯାଇଛି । ପୂର୍ବରୁ ମନ୍ଦିର ଅଧୀକ୍ଷକ ଭାବେ ଶ୍ରୀ ଜନାର୍ଦ୍ଧନ ରାଓ ଦୀର୍ଘ ବର୍ଷ ଧରି ଦାୟିତ୍ୱ ସଂପନ୍ନ କରିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଦାୟିତ୍ୱରୁ ନିବୃତ ହୋଇଛନ୍ତି । ଶ୍ରୀ ମହାନ୍ତି ଗତକାଲି ଦାୟିତ୍ୱ ଗ୍ରହଣ ପରେ ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକାଙ୍କ ସମେତ ଅନ୍ୟମାନେ ଫୁଲତୋଡା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ମା ମଝିଘରିଆଣୀଙ୍କ ଆର୍ଶିବାଦ ଏବଂ ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶ ଦିଗରେ ମୁଁ ମୋ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଠା କରିବି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.