୧୯୭୮ ଆଇଏ କଲେଜ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ପର୍ବ

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ବ୍ରହ୍ମପୁର ଟାଟାବ୍ରେଞ ଛକ ନିକଟସ୍ଥ ଷ୍ଟେଟବ୍ୟାଙ୍କ ଗ୍ରାଉଣ୍ଡ ଗୃହରେ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଖଲିକୋଟ କଲେଜ ଏକ୍ସଟେନସନ ୱିଙ୍ଗ୍ ର ୧୯୭୮ ପ୍ରଥମ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପର୍ବ ଅମିତ ହସ୍ପିଟାଲ ମାଲିକ ପ୍ରଫୁଲ କୁମାର ବିଷୋଇ ଆୟୋଜନ କରିଥିବା ବେଳେ ଆଇନଜୀବୀ ଅନୀଲ ସାହୁ, ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ବଦ୍ରୀ ପ୍ରସାଦ ପାତ୍ର ଓ କୋଷାଧ୍ୟକ୍ଷ କିଶୋର କାପୁର ପ୍ରମୁଖ ମଂଚାସିନ ରହି ନିଜ ନିଜର ବକ୍ତବ୍ୟରେ ପରିଣତି ବୟସରେ ହସଖୁସିରେ ରହିବା ପାଇଁ ବନ୍ଧୁ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ।

ଉକ୍ତ ପର୍ବରେ ଗଶେଶ ସାହୁ, ଭୀମା ରାଓ, ରାମକୃଷ୍ଣ ସାହୁ, ଚିତ୍ତରଞ୍ଜନ ସାମଲ, କ୍ଷେତ୍ରବାସୀ ରାଓ, ରାଜକିଶୋର ପଟ୍ଟନାୟକ, ଲକ୍ଷ୍ମୀ ବିଷୋଇ, ସବିତା ସାହୁ, ରଜନୀକାନ୍ତ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ, ପ୍ରଫୁଲ ଜେନା, ଅଲେଖ ବେହେରା, ବିନୋଦ ମହାପାତ୍ର, ଲକ୍ଷ୍ମୀ ପଶୁପାଳକଙ୍କ ସହିତ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.