ବେହେରା ଗାଁର ମୂଖ୍ୟ ରାସ୍ତାପାର୍ଶ୍ବ ଡ୍ରେନ ସଫେଇ

ଗ୍ରାମ୍ୟ ପରିମଳ ବ୍ୟବସ୍ଥା ସୁଧାରିବାକୁ ପଦକ୍ଷେପ ଗ୍ରହଣ କଲେ ସରପଞ୍ଚ କୁମୁଦିନୀ ଗଇଁନ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ସ୍ବଚ୍ଛତା ପରିମଳ ବ୍ଯବସ୍ଥା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଥିଲା । ଏହାକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ନବ ନିର୍ବାଚିତ ବେହେରା ସରପଞ୍ଚ କୁମୁଦିନୀ ଗଇଁନ୍ତା । ଶ୍ରୀମତୀ ଗଇଁନ୍ତାଙ୍କ ତତ୍ୱାବଧାନରେ ଆଜିଠାରୁ ଗ୍ରାମର ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଡ୍ରେନ ଗୁଡିକ ବିପର୍ଯ୍ୟସ୍ତ ହୋଇଥିବାରୁ ରାସ୍ତା ମଝିରେ ମଇଳା ଆବର୍ଜନା ଗୁଡିକ ଜମିବା ସହିତ କାଦୁଅ ଭର୍ତ୍ତି ହୋଇ ରହୁଥିଲା । ବେହେରା ମଝିପଡାରୁ ବଜାର ପଡା ଯିବା ରାସ୍ତା ପାର୍ଶ୍ବ ଡ୍ରେନରେ ଆର୍ବଜନା ପୋତି ହୋଇଥିବାବେଳେ ବେହେରା ମୂଖ୍ଯ ଛକ ଠାରେ ମଧ୍ଯ କାଦୁଅ ପାଣି ଜମି ରହୁଥିଲା । ଆର୍ବଜନା ପୂର୍ଣ୍ଣ ଓ ଦୁର୍ଗନ୍ଧ ଦୂଷିତ ପାଣି ରାସ୍ତା ମଝିରେ ଗଡିବାରୁ ଲୋକେ ଯିବା ଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସାମାନ୍ୟ ବର୍ଷା ହେଲେ ପୁରା ନଦୀ ପ୍ରବାହିତ ହେଲା ପରି ଲାଗୁଥିଲା । ଏହି ସବୁ ସମସ୍ୟାର ସମାଧାନ କରିବାକୁ ଯାଇ ବର୍ଷା ପୂର୍ବରୁ ଡ୍ରେନ ସଫେଇ କାର୍ଯ୍ୟ କରାଯାଉଛି । ବେହେରା ସରପଞ୍ଚ କୁମୁଦିନୀ ଗଇଁନ୍ତାଙ୍କ ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.