ସମାଜସେବୀଙ୍କ ସାଧୁ ପ୍ରଚେଷ୍ଟା : ସ୍କୁଲ ଯିବ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼: ପୁଣିଥରେ ବିଦ୍ୟାଳୟକୁ ଯାଇ ପାଠ ପଢିବା ଅନାଥ କିଶୋରୀ ରୋହିଣୀ ମାଝୀ । ସମାଜସେବୀ ମାନଙ୍କ ପ୍ରଚେଷ୍ଟା ବଳରେ ଏହା ସମ୍ଭବ ହୋଇଛି । ଏହି ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କେନ୍ଦୁପାଟି ପଂଚାୟତ ବ୍ରାହ୍ମଣିଗୁଡା ଗାଁର । ଏହି ଗାଁର ସ୍ବର୍ଗତ ଦମ୍ବରୁ ମାଝୀଙ୍କ ତିନି ସନ୍ତାନ । ବଡ ପୁଅ ଧନୁର୍ଜ୍ୟ ମାଝୀ, ମଝିଆ ପୁଅ ତିଳ ମାଝୀ ଓ ସାନ ଝିଅ ରୋହିଣୀ ମାଝୀ । ବଡ ପୁଅ ଧନୁର୍ଜ୍ୟ ପଞ୍ଚମ ପ୍ରଯ୍ୟନ୍ତ ପଢିଥିବା ବେଳେ ମଝିଆ ପୁଅ ଅଷ୍ଟମରୁ ପାଠ ଛାଡି ପରିବାର ପ୍ରତିପୋଷଣ ପାଇଁ ବାହାରେ ରହି ରୋଜଗାର କରୁଛନ୍ତି । ସାନ ଝିଅ ରୋହିଣୀ ମାଝୀ ଗାଁ ସ୍କୁଲରେ ଅଷ୍ଟମରୁ ପାଠ ଛାଡି ଦେଇଥିଲେ । ନିଜର ବୋଲି କେହି ନଥିବାରୁ ଓ ଆର୍ଥିକ ଅନାଟନ ଓ ପାରିବାରିକ ସ୍ଥିତି ହେତୁ ସେ ଅଧାରୁ ପାଠ ଛାଡି ଦେଇଥିଲେ । ଏହି ଶିଶୁ ମାନଙ୍କ ପିତା ମାତାଙ୍କ ଦେହାନ୍ତ ପରେ ତିନିଜଣଙ୍କୁ ନିଜର ଜେଜେମା ଲାଳନ ପାଳନ କରି ସେମାନଂକୁ ଦୁନିଆ କଣ ଶିଖେଇ ଥିଲେ । ହେଲେ ଆର୍ଥିକ ଅସୁବିଧା ହେତୁ ତିନି ଜଣକୁ ପାଠ ପଢେଇବା ବୁଢ଼ୀ ମାଙ୍କ ପଖେ ସମ୍ଭବ ନଥିଲା । ନିଜର ସକ୍ଷମ ଅନୁସାରେ ସମସ୍ତଙ୍କୁ ପଞ୍ଚମ ପ୍ରଯ୍ୟନ୍ତ ପଢ଼େଇଥିଲେ l ତାଙ୍କର ସାନ ନାତୁଣୀ ରୋହିଣୀ ମାଝୀ ଅଷ୍ଟମ ପ୍ରଯ୍ୟନ୍ତ ପଢି ଅଧାରୁ ପାଠ ଛାଡି ଦେଇଥିଲେ । କିଛିଦିନ ତଳେ ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଧୀରେନ୍ଦ୍ର ସୁନାନୀ, ଯଶୋବନ୍ତ ରଣା ଓ ମମତା ପ୍ରଧାନ ପହଁଞ୍ଚି ରୋହିଣୀଙ୍କୁ ଆଗକୁ ପଢେଇବା ପାଇଁ ତାଙ୍କର ଜେଜେମା ଓ ସହି ପଡିଶା ସହ କଥା ହୋଇଥିଲେ । ବୟସ ଅଧିକ ହେତୁ ପ୍ରଥମେ ପଢିବା ପାଇଁ ରୋହିଣୀ ମନା କରୁଥିଲେ । କିନ୍ତୁ ସମାଜସେବୀ ଓ ପଡିଶା ଲୋକ ବୁଝେଇଲା ପରେ ସେ ଆଗକୁ ପଢିବାପାଇଁ ରାଜି ହୋଇଥିଲେ । ରୋହିଣୀ ରାଜି ହେବାରୁ ଗତକାଲି ବ୍ରାହ୍ମଣୀଗୁଡା ସ୍କୁଲରୁ ତାଙ୍କ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ଅଣା ଯାଇଥିଲା ଓ ଆଜି ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାନ୍ଦୋଳ ଠାରେ କେନ୍ଦୁପାଟି ସରପଞ୍ଚ ଚିନ୍ମୟୀ ସେଠିଙ୍କ ଉପସ୍ଥିତି ରେ ଆଡ଼ମିସନ କରିଛନ୍ତି ସମାଜସେବୀମାନେ । ବିଦ୍ୟାଳୟରେ ଏହି କିଶୋରୀଙ୍କ ନାମଲେଖା ସମୟରେ ସମଜସେବୀ ଯଶୋବନ୍ତ ରଣା, ଧୀରେନ୍ଦ୍ର ସୁନାନୀ, ମମତା ପ୍ରଧାନ, ଗୋକୁଳ ସାହୁ, ବୁଲୁ ପ୍ରଧାନ, ସୁରେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତି ରହିଥିଲେ । ସମାଜସେବୀ ମାନଙ୍କର ଏହିପରି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.