ଓଡ଼ିଆ ବାର୍ତ୍ତା/ବଲାଙ୍ଗୀର: ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ବଲାଙ୍ଗୀର ଜିଲ୍ଲା ସଂଘର କର୍ମକର୍ତ୍ତା ଗଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଅନୁରୋଧ ପତ୍ର ଦେଇଥିଲେ। ସେହି ଚ଼ିଠିକୁ ଆଧାର କରି ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚ଼ିବ ଏବଂ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ସଚ଼ିବଙ୍କୁ ଚ଼ିଠି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗଙ୍କୁ ସଂଘ ତରଫରୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ୍ ଜ୍ଞାପନ କରାଯାଇଛି।